ଆଞ୍ଚଳିକ ଆମ ହସପିଟାଲ ଦାବିରେ ବୈଠକ ବର୍ଜନ କଲେ ଜିଲ୍ଲା-ପରିଷଦ Angul OnlineMay 10, 2023May 10, 2023 ଅନୁଗୋଳ – ରାଜ୍ୟ ସରକାର ୧୪୭ ଟି ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ଡାକ୍ତରଖାନାକୁ ମୋ ହସପିଟାଲ ଯୋଜନାରେ ସାମିଲ କରିଛନ୍ତି । ତେବେ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ବ୍ୟତିକ୍ରମ ହୋଇଥିବା ଅଭିଯୋଗ ହୋଇଛି । ସବୁ ନିର୍ବାଚନ ମଣ୍ଡଳୀରେ ସଦରମହାକୁମାର ଡାକ୍ତରଖାନାକୁ ମୋ ହସପିଟାଲରେ ସାମିଲ କରାଯାଇଥିବା ବେଳେ ଛେଣ୍ଡିପଦାର କୋଶଳା ଡାକ୍ତରଖାନାକୁ ଏଥିରେ ସାମିଲ କରାଯାଇଛି । ଆମ ହସପିଟାଲ ପାଇଁ ଯେଉଁ ମାପଦଣ୍ଡ ରହିଛି ତାହା ଛେଣ୍ଡିପଦା CHC ରେ ସବୁ ଯୋଗ୍ୟତା ଥିବା ବେଳେ ଏହାକୁ ଆମ ହସପିଟାଲ ଯୋଜନାରେ ସାମିଲ ନ କରିବା ଯୋଗୁଁ ଗତ ୨୧ ଦିନ ହେଲା ଆନ୍ଦୋଳନ କରା ଯାଉଛି । ଆନ୍ଦୋଳନକାରୀଙ୍କର ତହସିଲଦାର , ଜିଲ୍ଲାପାଳ ସହ ବାରମ୍ବାର ଆଲୋଚନା କରାଯାଇଥିବା ସତ୍ୱେ କୌଣସି ସୁଫଳ ମିଳି ପାରି ନାହିଁ । ଏହି ଆନ୍ଦୋଳନରେ ଛେଣ୍ଡିପଦା ୧୫ ନମ୍ବର ଜୋନର ଜିଲ୍ଲା ପରିଷଦ ଯଶୋବନ୍ତ ବେହେରା ମଧ୍ୟ ପ୍ରତ୍ୟକ୍ଷ ଭାବେ ସାମିଲ ରହି ଆନ୍ଦୋଳନ ଚଳାଇ ଆସିଛନ୍ତି । ଏପରିସ୍ଥଳେ ଆଜି ଅନୁଗୋଳ ଠାରେ ୫୫ ତମ ଜିଲ୍ଲା ପରିଷଦ ବୈଠକକୁ ଯଶୋବନ୍ତ ବର୍ଜନ କରିଛନ୍ତି । ଛେଣ୍ଡିପଦା ଡାକ୍ତରଖାନା ଉପରେ ଅନେକ ଲୋକ ନିର୍ଭର କରୁଥିବା ବେଳେ ଛେଣ୍ଡିପଦା ବାସୀଙ୍କୁ ଜିଲ୍ଲା ପ୍ରଶାସନ ଅବହେଳା ପ୍ରଦର୍ଶନ କରୁଥିବା ଦର୍ଶାଇ ସେ ଏହି ବୈଠକକୁ ବର୍ଜନ କରିଥିବା କହିଛନ୍ତି । Advertisement
ୟୁନିୟନ ପାଇଁ ଶ୍ରମ କାର୍ଯ୍ୟାଳୟ ଆଗରେ ଧାରଣା ଅନୁଗୁଳ – ଶ୍ରମିକ ସଙ୍ଘ କରିବାକୁ ଯାଇ ଦୋଛକିରେ ପଡି ଯାଇଛନ୍ତି ଶ୍ରମିକ । ଗୋଟିଏ ପଟେ କାମ କରୁଥିବା ସଂସ୍ଥା ହଇରାଣ କରୁଥିବା ବେଳେ ଲେବର…
୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଶବଳଭଙ୍ଗା ଗାଁରୁ ୧୧ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ଯାହାକୁ ପରେ ବନ ବିଭାଗ ସହାୟତାରେ…
ପ୍ରାଣୀ ସମ୍ପଦ ସେବା ନିମନ୍ତେ ଭ୍ରାମ୍ଯମାଣ ପଶୁ ସମ୍ପଦ ଆମ୍ବୁଲାନ୍ସର ଶୁଭାରମ୍ଭ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନ ଅଧ୍ୟକ୍ଷl ଶ୍ରୀମତୀ ଶାଲୁ ଜିନ୍ଦଲ ଏକ ସ୍ଵତନ୍ତ୍ର ଭାବେ…