ଅପରାଧ ସହର ଉପକଣ୍ଠରୁ ୧୦୦ କେଜି ଗଞ୍ଜେଇ ଜବତ – ୨ ଗିରଫ Angul OnlineAugust 7, 2024August 7, 2024 ଅନୁଗୁଳ – ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଅନୁଗୁଳ ଅବକାରୀ ବିଭାଗ ହାବୁଡ଼ରେ ଧରା ପଡିଲେ ଦୁଇ ଗଞ୍ଜେଇ ବେପାରୀ । ସେମାନଙ୍କ ନିକଟରୁ ଜବତ ହେଲା ୧୦୦ କେଜି ଗଞ୍ଜେଇ । ସୂଚନା ଅନୁସାରେ ଆଜି ଅନୁଗୁଳ ପଞ୍ଚମହଲା ନିକଟରେ ଅବକାରୀ ବିଭାଗ ତରଫରୁ ପେଟ୍ରୋଲିଂ କରା ଯାଉଥିଲା । ଏହି ସମୟରେ ସମ୍ବଲପୁର ଦିଗରୁ ଆସୁଥିବା ଏକ କାର ଦ୍ରୁତ ଗତିରେ ପଳାଇଯିବାକୁ ଚେଷ୍ଟା କରୁଥିବା ବେଳେ ଅବକାରୀ ବିଭାଗ ଅଟକାଇ ଦେଇଥିଲା । ଜାଞ୍ଚ ବେଳେ କାରରୁ ୧୦୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଗଞ୍ଜେଇ ଜବତ ପରେ କାରରେ ଥିବା ଦୁଇ ଜଣଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ । ଗିରଫ ଦୁଇଜଣ ହେଲେ କନ୍ଧମାଳ ଜିଲ୍ଲାର ନବୀନ ପାତ୍ର ଓ ଭିକୁନ ମହାକୁଡ଼ । ଏହି ଦୁଇ ଜଣ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ବାହାର ଜିଲ୍ଲାକୁ ଚୋରା ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ଅଧିକ ତଦନ୍ତ କରୁଛି । Advertisement
ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଚାଲାଣ – ମାଡି ବସିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ଖମାର ପୁଲିସକୁ ମିଳିଛି ଏକ ବଡ ସଫଳତା । ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତାକୁ ଧରିବାରେ…
ନକଲି ମଦ ଠିପି ଓ ଲେବଲ ଜବତ ଘଟଣା – ମୁଖ୍ୟ ଅଭିଯୁକ୍ତକୁ ଧରିଲା ଅବକାରୀ ବିଭାଗ ଅନୁଗୁଳ – ଅନୁଗୁଳ ସହର ଉପଖଣ୍ଡ ରାଣିଗୁଡାରୁ ଗତ ଫେବ୍ରୁଆରି ମାସ ୫ ତାରିଖ ଦିନ କଟକ ଫ୍ଲାଇଙ୍ଗ ସ୍କ୍ବାର୍ଡ ଓ ଅନୁଗୁଳ ଅବକାରୀ ମିଳିତ ଚଢାଉ…
କବାଟ ଭାଙ୍ଗି ୪ ଲକ୍ଷ ଟଙ୍କା , ୭୧ ଭରି ସୁନା ,୨୧ ଭରି ରୁପା ଚୋରି ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସାଉଥବଲଣ୍ଡାର ଏକ କ୍ବାଟରରରେ ବିଳମ୍ବିତ ରାତିରେ ଏକ ବଡ ଧରଣର ଚୋରି ହୋଇଛି । କ୍ବାଟରର କବାଟ ଭାଙ୍ଗି ୪…