Uncategorized ଗୋଟିଏ ଦିନରେ ପାଣିରୁ ତିନି ମୃତଦେହ ଉଦ୍ଧାର Angul OnlineAugust 7, 2024August 7, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲାର ଗୋଟିଏ ଦିନରେ ଭିନ୍ନ ଭିନ୍ନ ସ୍ଥାନର ପାଣି ଭିତରୁ ତିନୋଟି ମୃତଦେହ ଉଦ୍ଧାର ହୋଇଛି । ଗତକାଲି ସୁନାଭୁଇଁ ଗାଁର କମ୍ପ୍ୟୁଟର ଛାତ୍ରୀ ପ୍ରୀତି ବେହେରାଙ୍କ ମୃତଦେହ ୨୪ ଘଣ୍ଟା ପରେ ଉଦ୍ଧାର ହୋଇଥିଲା । ସୂଚନା ଅନୁସାରେ ସେ କାଲି କ୍ଳାସ ସାରି ଘରୁ ଫେରିବା ବେଳେ ନାଳ ଉପରେ ପାଣି ଯାଉଥିଲା । ସାଇକେଲ ଧରି ସେ ନାଳ ପାର ହେଉଥିବା ବେଳେ ଗୋଡ଼ ଖସି ଯିବାରୁ ପାଣିର ସ୍ରୋତରେ ସେ ନିଖୋଜ ହୋଇ ଯାଇଥିଲେ । ଖବର ପାଇ ଗତକାଲି ଅଗ୍ନିଶମ ବିଭାଗ ଓ ଆଜି ସକାଳୁ ଓଡ୍ରାଫ ଟିମ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ଆଜି ଅପରାହ୍ନ ପ୍ରାୟ ୪ ଟା ବେଳେ ବ୍ରିଜ ଠାରୁ ୧୦୦ ମିଟର ଦୂରରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେହିଭଳି ଆଜି ସକାଳେ ଲିଙ୍ଗରାଜୋଡି ନାଳରେ ମଧ୍ୟ ଗାଧେଇବାକୁ ଯାଇଥିବାବେଳେ ଲିଙ୍ଗରାଜୋଡି ଗାଁର ଅନୁପମା ନାଏକ ଜଣେ ଯୁବତୀ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲା । କିଛି ସମୟ ଖୋଜାଖୋଜି ପରେ ଅଗ୍ନିଶମ ବିଭାଗ ଅନୁପମାକୁ ଠାବ କରିଥିବା ବେଳେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ସେହିଭଳି ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ଡ୍ୟାମରେ ବୁଡି ନିଖୋଜ ଥିବା ଜଣେ ଯୁବକଙ୍କ ମୃତ ଦେହ ବୁଧବାର ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ସୂଚନା ଅନୁସାରେ ପରଙ୍ଗ ଗ୍ରାମ ପଞ୍ଚାୟତର ଭୁବନପୁର ନିକଟରେ ଥିବା ପରଙ୍ଗ ଡ୍ୟାମରେ ଜିନ୍ଦଲର ଲେବର କଲୋନୀରେ ରହୁଥିବା ଗାର୍ଡ ମୁର୍ମୁ ସାଙ୍ଗ ମାନଙ୍କ ସହିତ ମାଛ ମାରିବାକୁ ଆସିଥିଲେ । ମାଛ ମାରୁଥିବା ବେଳେ ମୁର୍ମୁ ପାଣିରେ ବୁଡି ଯାଇଥିଲେ ।ଏହା ଦେଖି ସ୍ଥାନୀୟ ଲୋକମାନେ ଛେଣ୍ଡିପଦା ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ସ୍ଥାନୀୟ ଲୋକମାନେ ଖୋଜାଖୋଜି କରିଥିଲେ l ଖବର ପାଇ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ ମାନେ ଦୀର୍ଘ ସମୟ ଖୋଜିବା ପରେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ l ସନ୍ଧ୍ୟା ହୋଇ ଯାଇଥିବାରୁ ନିରାଶ ହୋଇ ଦମକଳ ବାହିନୀ ଫେରି ଆସିଥିବା ବେଳେ ଆଜି ପୁଣି ସେଠାରେ ଖୋଜାଖୋଜି କରିବା ପରେ ଗାର୍ଡ ମୁର୍ମୁଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ ଖବର ପାଇ ପୂଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଘଟଣାର ଛାନଭିନ ଚଳାଇଛି । Advertisement
ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ ଅନୁଗୁଳ – ଦଶମ ପରୀକ୍ଷା ରେ ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗ । ଇଲେକ୍ଟ୍ରୋନିକ୍ସ ଆଣ୍ଡ ହର୍ଡୋୟାର ବିଷୟରେ (OPATIONAL) ପ୍ରଶ୍ନ ପତ୍ରରେ ଭୁଲ ଥିବା ନେଇ ଅଭିଯୋଗ…
ରଘୁନାଥଙ୍କ ସ୍ମୃତିରେ ରକ୍ତଦାନ ଅନୁଗୁଳ – ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କ ଏକାଦଶାହ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଅନୁଗୁଳ ଜିଲ୍ଲା ରକ୍ତଭଣ୍ଡାରଠାରେ ଏହି…
ଘର ଭିତରେ ପଶି ଗୁଳିମାଡ – ଲୁଟିନେଲେ ସୁନା ଗହଣା ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁବେ ଗାଁରେ ଆଜି(ମଙ୍ଗଳବାର) ସନ୍ଧ୍ୟା ସମୟରେ ଗୁଳିମାଡ଼ କରି ଲୁଟ କରିବା ପରେ ୩ ଦୁର୍ବୃତ୍ତ ଫେରାର ହୋଇଯାଇଥିବା…