Uncategorized ବ୍ରାଉନସୁଗାର ସହ ମହିଳା ଗିରଫ Angul OnlineAugust 25, 2021August 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଅନେକ ଦିନ ହେଲା ଅବକାରୀ ଓ ପୁଲିସର ମୁଣ୍ଡବିନ୍ଧାର କାରଣ ପାଳଟିଥିବା ଜଣେ ବ୍ରାଉନସୁଗାର ବିକ୍ରି କରି ଆସୁଥିବା ମହିଳାଙ୍କୁ ଶେଷରେ ଧରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ନାଲକୋନଗର ଥାନା ଗିରାଙ୍ଗ ଅଞ୍ଚଳରେ କୁନି ସାହୁ ନାମକ ଜଣେ ମହିଳା ବ୍ରାଉନସୁଗାର ବେପାର କରୁଥିବା ଖବର ଥିଲା । ହେଲେ ତାକୁ ଧରିବାରେ ସଫଳ ହେଉନଥିଲେ । ଆଜି କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କ ନିର୍ଦେଶକ୍ରମେ ଅବକାରୀ ବିଭାଗ ଗିରାଙ୍ଗ ତଳସାହିରେ ଚଢାଉ କରିଥିଲା । ବ୍ରାଉନସୁଗାର ବିକ୍ରି ହେଉଥିବା ଖବର ପାଇ ଏହି ଚଢ଼ାଉ କରାଯିବା ବେଳେ କୁନି ସାହୁକୁ ଧରିବାରେ ସଫଳ ହୋଇଥିଲା ଅବକାରୀ ବିବଭାଗ । କୁନି ସାହୁ ନିକଟରୁ ୧୦ ଗ୍ରାମ ବ୍ରାଉନସୁଗାର ଜବତ କରା ଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ହେବ ବୋଲି ଜଣା ପଡ଼ିଛି । କୁନି ନିକଟରୁ ୩୭ ହଜାର ଏକ ଶହ ଟଙ୍କା ମଧ୍ୟ ଜବତ କରା ଯାଇଥିବା ବେଳେ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ଅବକାରୀ ଅଧିକ୍ଷକ ବିବେକାନନ୍ଦ ନାୟକ କହିଛନ୍ତି । ଆଜିର ଏହି ଚଢାଉରେ ଅତିରିକ୍ତ ଅବକାରୀ ଅଧିକ୍ଷକ ନିନା ବେଉରାଙ୍କ ସମେତ ଅନୁଗୁଳ ଅବକାରୀ ବିଭାଗର ଟିମ ଉପସ୍ଥିତ ଥିଲେ । Advertisement
୫ବର୍ଷ ଶିଶୁ କନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା ! ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଜଣେ ୫ବର୍ଷ ଶିଶୁ କନ୍ୟାଙ୍କ ମୃତଦେହ ପୁଲିସ ଶନିବାର ଉଦ୍ଧାର କରିଥିବା…
ମୋବାଇଲ ଚୋରି କରି ଆକାଉଣ୍ଟରୁ ନେଇଗଲା ୭୫ ହଜାର ଟଙ୍କା ଅନୁଗୁଳ – ପ୍ରଥମେ ମୋବାଇଲ ଲୁଟିଲା । ପରେ ମୋବାଇଲ୍ରେ ଥିବା ଗୁଗୁଲ୍ ପେ ’ ଜରିଆରେ ଲୁଟିନେଲା ୭୫ ହଜାର ଟଙ୍କା । ଏଭଳି ଘଟଣା…
ବରଯାତ୍ରୀ ରୋଷଣୀ ବାଣରେ ଜଳିଗଲା ୨୦ ବଖରା ଘର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଲୁହାସିଙ୍ଗା ପଞ୍ଚାୟତର ତେନ୍ତୁଳି ପଦର ଗ୍ରାମରେ ଗୁରୁବାର ଅପରାହ୍ନ ରେ ୨୦ ବଖରା ଘର ଭସ୍ମୀଭୂତ ହୋଇଯାଇଛି…