ଦୁର୍ଗା ବିହାର ଅଞ୍ଚଳରୁ ବଡ଼ ଧରଣର ଚୋରି

ଅନୁଗୁଳ – ଅନୁଗୁଳ ତୁରଙ୍ଗ ଦୁର୍ଗା ବିହାର ଅଞ୍ଚଳରୁ ଏକ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଘରେ କେହି ନଥିବା ବେଳେ ଘର ତାଲା ଭାଙ୍ଗି ବିପୁଳ ପରିମାଣର ସୁନା ଓ ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୃତ୍ତ ।


ସୂଚନା ଅନୁସାରେ ଦୁର୍ଗା ବିହାର ଅଞ୍ଚଳରେ ରହୁଥିବା ରାଜୁ ନାଥ ନାମକ ଜଣେ ବ୍ୟକ୍ତି ଘର ତାଲା ପକାଇ ଦୁଇଦିନ ତଳେ ପାରାଦ୍ୱୀପ ଯାଇଥିଲେ । ଆଜି ତାଙ୍କ ଘରେ କ୍ଷୀର ଦେଉଥିବା ବ୍ୟକ୍ତି ଫୋନ କରି ଜଣାଇଥିଲେ ଯେ ତାଙ୍କ ଘର କବାଟ ତାଲା ଭଙ୍ଗା ଅଛି । ଚୋରି ହୋଇଥିବା ସନ୍ଦେହ କରି ଆଜି ସନ୍ଧ୍ୟାରେ ସେ ସେଠାରୁ ଫେରିଥିଲେ । ଘରକୁ ଫେରି ଦେଖିବା ବେଳକୁ ଘର ତାଲା ଭଙ୍ଗା ଯାଇଥିବା ସହ ଘର ଆଲମିରା ମଧ୍ୟ ଭଙ୍ଗା ଯାଇଥିବା ଦେଖି ସେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଉପସ୍ଥିତିରେ ଜାଞ୍ଚ ବେଳେ ଘରେ ଥିବା ୨ ଟି ସୁନା ହାର , ୫ ଟି ସୁନା ଚେନ , ୫ ଟି ମୁଦି , ୧୦ ସେଟ କାନ ଫୁଲ , ୨ ସେଟ ଚୁଡି ଓ ରୁପା ପାଉଁଜି ସମେତ ୮୦ ହଜାର ଟଙ୍କା ଚୋରି ହୋଇଥିବା ଜଣା ପଡିଥିଲା ।

ଚୋରି ହୋଇଥିବା ସ୍ପଷ୍ଟ ହେବା ପରେ ସେ ଏ ନେଇ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page