ଅପରାଧ ଅବସରପ୍ରାପ୍ତ ପୁଲିସ ବାବୁଙ୍କ ଘରେ କଲାକନା ବୁଲାଇଲେ ଚୋର Angul OnlineSeptember 25, 2022September 25, 2022 ଅନୁଗୁଳ – ଅନୁଗୁଳ ସହରରେ ବାସ କରୁଥିବା ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଘରେ ଚୋର କଳାକନା ବୁଲାଇଛନ୍ତି । ଘରେ କେହି ନଥିବା ବେଳେ ତାଲା ଭାଙ୍ଗି ୬୦ ହଜାର ଟଙ୍କା ସମେତ ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅବସରପ୍ରାପ୍ତ ପୁଲିସ ଏ ଏସ ଆଇ ମାର୍କଣ୍ଡେସ୍ୱର ନନ୍ଦ ଅନୁଗୁଳ ଗାନ୍ଧୀ ମାର୍ଗରେ ରୁହନ୍ତି । ତେବେ ସେ ୧୦ ଦିନ ହେଲା ଅସ୍ଥି ବିସର୍ଜନ ପାଇଁ ଆଲ୍ହାବାଦ ଯାଇଥିଲେ । ଆଜି ସେ ଘରକୁ ଫେରିବା ପରେ ଘରେ ଚୋରି ହୋଇଥିବା ଦେଖି ପୁକିସକୁ ସୂଚନା ଦେଇଥିଲେ । ଅଭିଯୋଗ ପାଇଁ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ତାଙ୍କ ଘରେ କେବେ ଚୋରି ହୋଇଛି ତାହା ଜଣା ପଡି ନାହିଁ । Advertisement
୪୨ ଗ୍ରାମ ବ୍ରାଉନ ସୁଗାର ଜବତ , ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା କୋଳିୟାରୀ ଥାନା ଦେଉଳବେଡା କଲୋନୀ ଅଞ୍ଚଳରୁ ପୁଲିସ ବ୍ରାଉନ ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…
ଆଠ ଡକାୟତଙ୍କୁ ବାନ୍ଧିଲା ପୁଲିସ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଘୁଆବୋଲ ଏବଂ ନବମିଶ୍ର କଲୋନୀ ଏରିଆରେ ହୋଇଥିବା ଦୁଇଟି ଡକାୟତି ଘଟଣାରେ ପୁଲିସ ଏକ ୮ ଜଣିଆ ଡକାୟତ ଗ୍ୟାଙ୍ଗକୁ…
ପୁଣି ସକ୍ରିୟ ଗଞ୍ଜେଇ ମଫିଆ – ବଢିଛି ଗଞ୍ଜେଇ ଚାଷ ପୁଣି ସକ୍ରିୟ ଗଞ୍ଜେଇ ମଫିଆ – ବଢିଛି ଗଞ୍ଜେଇ ଚା ଅନୁଗୁଳ – ଏକଦା ଗଞ୍ଜେଇ ହବ୍ କୁହା ଯାଉଥିବା ଅନୁଗୁଳ ଜିଲ୍ଲାରେ ପୁଣି ଚେଇଁଲେଣି ଗଞ୍ଜେଇ…