ଅପରାଧ ଅବସରପ୍ରାପ୍ତ ପୁଲିସ ବାବୁଙ୍କ ଘରେ କଲାକନା ବୁଲାଇଲେ ଚୋର Angul OnlineSeptember 25, 2022September 25, 2022 ଅନୁଗୁଳ – ଅନୁଗୁଳ ସହରରେ ବାସ କରୁଥିବା ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଘରେ ଚୋର କଳାକନା ବୁଲାଇଛନ୍ତି । ଘରେ କେହି ନଥିବା ବେଳେ ତାଲା ଭାଙ୍ଗି ୬୦ ହଜାର ଟଙ୍କା ସମେତ ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅବସରପ୍ରାପ୍ତ ପୁଲିସ ଏ ଏସ ଆଇ ମାର୍କଣ୍ଡେସ୍ୱର ନନ୍ଦ ଅନୁଗୁଳ ଗାନ୍ଧୀ ମାର୍ଗରେ ରୁହନ୍ତି । ତେବେ ସେ ୧୦ ଦିନ ହେଲା ଅସ୍ଥି ବିସର୍ଜନ ପାଇଁ ଆଲ୍ହାବାଦ ଯାଇଥିଲେ । ଆଜି ସେ ଘରକୁ ଫେରିବା ପରେ ଘରେ ଚୋରି ହୋଇଥିବା ଦେଖି ପୁକିସକୁ ସୂଚନା ଦେଇଥିଲେ । ଅଭିଯୋଗ ପାଇଁ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ତାଙ୍କ ଘରେ କେବେ ଚୋରି ହୋଇଛି ତାହା ଜଣା ପଡି ନାହିଁ । Advertisement
ବନ୍ଧା ହେଲେ ସମିତିସଭ୍ଯା – ଦେଶୀ ମଦ କାରବାର ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ବାଗଡିଆ ଅଞ୍ଚଳରେ ଦେଶୀ ମଦ ରାନ୍ଧି ବିକ୍ରି କରୁଥିବା ଅପରାଧରେ ଗିରଫ ହେଲେ ସମିତିସଭ୍ଯା l ଗିରଫ ସମିତିସଭ୍ଯା ଜଣଙ୍କ ହେଲେ…
ପଥର ଖୋଲରୁ ଯୁବକଙ୍କ ମୃତଦେହ ଉଦ୍ଧାର – ତିନି ଶିକାରୀ ଗିରଫ କଣିହାଁ – ବାରହା ଶିକାର ପାଇଁ ଶିକାରୀ ବିଛାଇଥିବା ବିଦ୍ୟୁତ ଫାଶରେ ପଡ଼ି ଯୁବକ ମୃତ୍ଯୁ ଘଟଣାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ଗତ…
ବହୁଚର୍ଚ୍ଚିତ ପ୍ରକାଶ ବେହେରା ହତ୍ୟାକାଣ୍ଡ ଘଟଣା – ମୁଖ୍ୟ ଅଭିଯୁକ୍ତ ଗିରଫ ଅନୁଗୋଳ – ଅନୁଗୋଳ ସହରର ହୁଲୁରିସିଂହା ବହୁଚର୍ଚ୍ଚିତ ପ୍ରକାଶ ବେହେରା ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ହୁଲୁରିସିଂହା ଘାସିସାହିର…