ଅପରାଧ ରାତ୍ର ଜଗୁଆଳଙ୍କ ଘରୁ ଚୋରି Angul OnlineJuly 17, 2022July 17, 2022 ଅନୁଗୁଳ – ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ରାତ୍ର ଜଗୁଆଳ ସରୋଜ ମୁଖୀଙ୍କ ଘରାଉ ଚୋରି ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । ଅନୁଗୁଳ ହୁଲୁରୁସିଂହା ଗାଁର ସରୋଜ ଅନୁଗୁଳ ଉଚ୍ଚ ବିଦ୍ୟାଳୟ ପଛପଟରେ ଥିବା ସରକାରୀ କ୍ଵାଟରରେ ରୁହନ୍ତି । ସେ ଥାନାରେ କରିଥିବା ଅଭିଯୋଗ ଅନୁସାରେ ସେ ଗତ କାଲି ଅନୁଗୁଳ ଉଚ୍ଚ ବିଦ୍ୟାଳୟର ରାତ୍ର ଜଗୁଆଳ ଭାବେ କାମ କରୁଥିଲେ । ତେବେ ଭୋର ଚାରିଟା ବେଳେ ସେ ସ୍କୁଲ ଚାରିପାଖ ବୁଲାବୁଲି କରିବା ବେଳେ ତାଙ୍କ କ୍ଵାଟରରୁ କେହି ଜିନିଷପତ୍ର ନେଇ ଦଉଡି ପଳାଇବାକୁ ଚେଷ୍ଟା କରୁଥିଲା । ସରୋଜ ତାକୁ ଧରିବାକୁ ଚେଷ୍ଟା କରିବା ବେଳେ ଚୋରା ଏକ ଡ୍ରେନରେ ପଡି ଖଣ୍ଡିଆ ଖାବରା ହୋଇ ଯାଇଥିଲା । ତାର ମୁଣ୍ଡରେ ଓ ହାତରେ ଆଘାତ ଲାଗିଥିବାରୁ ସେ ଆଉ ଯାଇ ପାରି ନଥିଲା । ସରୋଜ ତାକୁ କାବୁ କରିବା ସହ ପୁଲିସକୁ ସୂଚନା ଦେଲା ପରେ ପୁଲିସ ତାକୁ ଅଟକ ରଖି ପଚରା ଉଚୁରା କରିବା ପରେ କୋର୍ଟ ଚାଲାଣ କରିଛି । Advertisement
୩ ବର୍ଷ ପରେ ହତ୍ୟାକାଣ୍ଡର ପର୍ଦାଫାସ – ୩ ଗିରଫ ଛେଣ୍ଡିପଦା – ବିଳମ୍ବ ହେଲେ ମଧ୍ୟ ଦୀର୍ଘ ୩ ବର୍ଷ ପରେ ଜରପଡା ପୁଲିସକୁ ଏକ ହତ୍ୟାକାଣ୍ଡ ପର୍ଦାଫାସ କରିବା ସହ ଅଭିଯୁକ୍ତ ମାଙ୍କୁ ଧରିବାର ସଫଳତା…
ପ୍ରେମ ବିବାହ କରିଥିଲେ , ତଣ୍ଟି କାଟି ମାରିଦେଲେ – ସ୍ୱାମୀକୁ ଗିରଫ କଲା ପୁଲିସ ଅନୁଗୁଳ – ପ୍ରେମ ବିବାହ କରିଥିଲେ । ହେଲେ କିଛିଦିନ ପରେ ମନ ଭରିଗଲା ଆଉ ଶେଷରେ ତଣ୍ଟି କାଟି ମାରିଦେଲା । ଅନୁଗୁଳ ତୁରଙ୍ଗ ଗାଁରେ…
ଛାତ୍ରୀ ନିବାସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ସ୍ଥିତ ଉତ୍କଳମଣୀ ଗୋପବନ୍ଧୁ ମହାବିଦ୍ୟାଳୟ ଛାତ୍ରୀ ନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର…