ଅପରାଧ ରାତ୍ର ଜଗୁଆଳଙ୍କ ଘରୁ ଚୋରି Angul OnlineJuly 17, 2022July 17, 2022 ଅନୁଗୁଳ – ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ରାତ୍ର ଜଗୁଆଳ ସରୋଜ ମୁଖୀଙ୍କ ଘରାଉ ଚୋରି ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । ଅନୁଗୁଳ ହୁଲୁରୁସିଂହା ଗାଁର ସରୋଜ ଅନୁଗୁଳ ଉଚ୍ଚ ବିଦ୍ୟାଳୟ ପଛପଟରେ ଥିବା ସରକାରୀ କ୍ଵାଟରରେ ରୁହନ୍ତି । ସେ ଥାନାରେ କରିଥିବା ଅଭିଯୋଗ ଅନୁସାରେ ସେ ଗତ କାଲି ଅନୁଗୁଳ ଉଚ୍ଚ ବିଦ୍ୟାଳୟର ରାତ୍ର ଜଗୁଆଳ ଭାବେ କାମ କରୁଥିଲେ । ତେବେ ଭୋର ଚାରିଟା ବେଳେ ସେ ସ୍କୁଲ ଚାରିପାଖ ବୁଲାବୁଲି କରିବା ବେଳେ ତାଙ୍କ କ୍ଵାଟରରୁ କେହି ଜିନିଷପତ୍ର ନେଇ ଦଉଡି ପଳାଇବାକୁ ଚେଷ୍ଟା କରୁଥିଲା । ସରୋଜ ତାକୁ ଧରିବାକୁ ଚେଷ୍ଟା କରିବା ବେଳେ ଚୋରା ଏକ ଡ୍ରେନରେ ପଡି ଖଣ୍ଡିଆ ଖାବରା ହୋଇ ଯାଇଥିଲା । ତାର ମୁଣ୍ଡରେ ଓ ହାତରେ ଆଘାତ ଲାଗିଥିବାରୁ ସେ ଆଉ ଯାଇ ପାରି ନଥିଲା । ସରୋଜ ତାକୁ କାବୁ କରିବା ସହ ପୁଲିସକୁ ସୂଚନା ଦେଲା ପରେ ପୁଲିସ ତାକୁ ଅଟକ ରଖି ପଚରା ଉଚୁରା କରିବା ପରେ କୋର୍ଟ ଚାଲାଣ କରିଛି । Advertisement
ଧରା ହେଲେ ଡିଜେଲ ମାଫିଆ – ୯୫୦ ଲିଟର ତେଲ ଜବତ , ପାଞ୍ଚ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା କାଜୁ ଜଙ୍ଗଲ ନିକଟ ଏକ ପଡିଆରୁ ଶୁକ୍ରବାର ଭୋର ସମୟରେ ଏକ ଡିଜେଲ ଚୋରା ରାକେଟ ଉପରେ…
କୋଇଲା ଚୋରା ଚାଲାଣ ଅଭିଯୋଗରେ ୩ ଗିରଫ ଅନୁଗୁଳ – ଅନୁଗୁଳ ସଦର ଥାନା ପୁଲିସ ମଙ୍ଗଳବାର ସକାଳେ କୋଇଲା ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ଅଟୋକୁ ଜବତ…
ଚାକିରୀ ପାଇଁ ଦେଇଥିବା ଟଙ୍କା ମାଗିବାରୁ ଯୁବକଙ୍କୁ ପଥରରେ ଛେଚି ହତ୍ୟା ଛେଣ୍ଡିପଦା – ଟଙ୍କା ଦେଲେ ଚାକିରୀ କାରାଇ ଦେବାକୁ କହି ଘରୁ ଡାକି ଆଣିଲେ । ଚାକିରୀ କରାଇ ଦେବେ କଣ , ବଂର ଟଙ୍କା ନେଇ…