ଅପରାଧଭାଇରାଲ ଭିଡିଓ ରାତି ଅଧରେ ଦୋକାନ ଆଗରୁ ଏମିତି ଏକ ଚୋରି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ – ଦେଖନ୍ତୁ ଭିଡିଓ Angul OnlineMay 5, 2021May 5, 2021 ଅନୁଗୁଳ – ବଲବ ଚୋରି । ଏଭଳି ଏକ ସାମାନ୍ୟ ଘଟଣା କଏଦ ହୋଇଛି ସିସି ଟିଭିରେ । ଜଣେ ଚୋର ଅଟୋ ରିକ୍ସାରେ ଆସି ରାତି ପ୍ରାୟ ୧୨ ଟା ପରେ ଦୋକାନ ସାମ୍ନାରେ ଥିବା ଏଲଇଡି ବଲବ ଚୋରି କରୁ ନେଉଛି । ସୂଚନା ଅନୁସାରେ ଅନୁଗୁଳ ଖମାର ଛକରେ ପ୍ରିୟବ୍ରତ ପାଗଳ ନାମକ ଜଣେ ବ୍ୟକ୍ତି ତେଜରାତି ଦୋକାନ ଦେଇଛନ୍ତି । ତାଙ୍କର ପୂର୍ବରୁ ଅନେକ ଥର ବାହାରେ ଲାଗିଥିବା ବଲବ ଚୋରି ହେବା ସହ ତାଙ୍କ ଅଟୋରୁ ଷ୍ଟେପିନ ଓ ପାଖରେ ଥିବା ମନ୍ଦିରରୁ ଚୋରି ହେଉଥିଲା । ବାଧ୍ୟ ହୋଇ ସେ ଗତ ୧୫ ଦିନ ତଳେ ଦୋକାନ ଓ ବାହାରେ ସିସି ଟିଭି ଲଗାଇଥିଲେ । ଆଜି ସକାଳେ ଦୋକାନ ଖୋଲିବାକୁ ଆସିବା ବେଳେ ପୁଣି ଏଲଇଡି ବଲବ ନଥିବା ଦେଖି ସିସି ଟିଭି ଯାଞ୍ଚ କରିଥିଲେ । ବିଳମ୍ବିତ ରାତିରେ ଦୋକାନ ଆଗରେ ଏକ ଅଟୋ ଅଟକିବା ସହ ବଲବ ଚୋରି କରି ନେଉଥିବା ଦେଖିବାକୁ ପାଇଥିଲେ । ଏ ନେଇ ସେ ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ତେବେ ମାତ୍ର ୧୦୦ କି ୨୦୦ ଟଙ୍କାର ବଲବ ଚୋରି କରି ନେଉଥିବା ଭିଡିଓ ଭାଇରାଲ ହେବା ପରେ ଏହା ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । https://angulonline.com/odia/wp-content/uploads/2021/05/balb.mp4 Advertisement
ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମକାରୀକୁ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମନା ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳରେ ଗତ ୧୮/୦୬/୨୦୨୦ ମସିହାରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ…
ଲକ୍ଷାଧିକ ଟଙ୍କା ହଡପ କରି ବନ୍ଧା ହେଲେ ବ୍ୟାଙ୍କ ମ୍ୟାନେଜର ଅନୁଗୁଳ – ନିଜ ନାମରେ ଜାଲିଆତି କରି ବ୍ୟାଙ୍କରୁ ଟଙ୍କା ହଡପ ଅଭିଯୋଗରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଗିରଫ । ଗିରଫ ମ୍ୟାନେଜର ନବ କିଶୋର ଧାରୁଆଙ୍କୁ…
ନାବାଳକକୁ ଅପହରଣ ଅଭିଯୋଗରେ ଜଣେ ଗିରଫ ଅନୁଗୁଳ – ଅନୁଗୁଳ ସହରରୁ ଖେଳୁଥିବା ବେଳେ ଜଣେ ନାବାଳକକୁ ଅପହରଣ କରି ନେଇଥିବା ଅଭିଯୋଗରେ ଅନୁଗୁଳ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି…