ଅପରାଧ ମଦ ଦୋକାନ ଡକାୟତି ଘଟଣାରେ ତିନି ଗିରଫ Angul OnlineJanuary 16, 2022January 16, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଟିଟିପିଏସ ଠାରେ ଥିବା ଏକ ମଦ ଦୋକାନରୁ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଲୁଟ ଘଟଣାରେ ତାଳଚେର ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଗତ ବର୍ଷ ନଭେମ୍ବର ମାସ ୨ ତାରିଖ ରାତିରେ ୩ ଜଣ ଦୁର୍ବୃତ୍ତ ୨ ଟି ମୋଟରସାଇକେଲରେ ଆସି ଟିଟିପିଏସ ଠାରେ ଥିବା ଏକ ବିଦେଶୀ ମଦ ଦୋକାନ ଭିତରକୁ ଧସେଇ ପଶିଥିଲେ । ସେମାନେ ସେଠାରେ ଥିବା କର୍ମଚାରୀଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିବା ସହ ସେମାନଙ୍କ ଠାରୁ ୯୦ ହଜାର ଟଙ୍କା ନଗଦ ଟଙ୍କା ସମେତ ଦୁଇଟି ମୋବାଇଲ ଫୋନ , ୪ ଟି ମଦ ବୋତଲ ନେଇ ପଳାଇ ଯାଇଥିଲେ । ଯିବା ପୂର୍ବରୁ କର୍ମଚାରୀ ମାନଙ୍କୁ ମାଡ ମାରିବା ସହ ସିସି ଟିଭିର ତାର କାଟିଦେଇ ପଳାଇ ଥିଲେ । ତେବେ ଏ ନେଇ ସେହିଦିନ ମଦ ଦୋକାନ କର୍ମଚାରୀ କୁମୁଦ ରଞ୍ଜନ ସାମଲ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାର ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିଛି । ଗିରଫ ତିନି ଜଣଙ୍କ ମଧ୍ୟରୁ ଜଣେ ତାଳଚେର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ପରଜଙ୍ଗ ଅଞ୍ଚଳର ବୋଲି ଜଣା ପଡିଛି । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ , ୧୦ ହଜାର ୫୦୦ ଟଙ୍କା ଓ ଗୋଟିଏ ମୋଟରସାଇକେଲ ଜବତ କରା ଯାଇଛି । Advertisement
ତୀର ମାଡରେ ଯୁବକ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ଜଣେ ଯୁବକଙ୍କୁ ତୀର ମାଡ ହୋଇଥିବା ବେଳେ ତୀର ଲାଗିଥିବା ଅବସ୍ଥାରେ ସେ ଆସି…
ବରିଷ୍ଠ ବିଜେଡି ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା – ଅଭିଯୁକ୍ତ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମ ପ୍ରସାଦ ଗାଁରେ ମଙ୍ଗଳବାର ସକାଳ ପ୍ରାୟ ୭ଟା ବେଳେ ଏକ ହତ୍ୟାକାଣ୍ଡ ଘଟି ଯାଇଚି । ଗାଁର…
ଘର ତାଲା ଭାଙ୍ଗି ଲୁଟି ନେଲେ ଟଙ୍କା , ସୁନା , ସ୍କୁଟି ସହ ବାସନକୁସନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମହାଦେବବିହାର ଅଞ୍ଚଳରେ ଘର ଲୋକ ନଥିବା ବେଳେ ତାଲା ଭାଙ୍ଗି ଏକ ବଡ଼ ଧରଣର ଲୁଟ ହୋଇଛି । ଖବର…