ଅପରାଧ ମଦ ଦୋକାନ ଡକାୟତି ଘଟଣାରେ ତିନି ଗିରଫ Angul OnlineJanuary 16, 2022January 16, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଟିଟିପିଏସ ଠାରେ ଥିବା ଏକ ମଦ ଦୋକାନରୁ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଲୁଟ ଘଟଣାରେ ତାଳଚେର ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଗତ ବର୍ଷ ନଭେମ୍ବର ମାସ ୨ ତାରିଖ ରାତିରେ ୩ ଜଣ ଦୁର୍ବୃତ୍ତ ୨ ଟି ମୋଟରସାଇକେଲରେ ଆସି ଟିଟିପିଏସ ଠାରେ ଥିବା ଏକ ବିଦେଶୀ ମଦ ଦୋକାନ ଭିତରକୁ ଧସେଇ ପଶିଥିଲେ । ସେମାନେ ସେଠାରେ ଥିବା କର୍ମଚାରୀଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିବା ସହ ସେମାନଙ୍କ ଠାରୁ ୯୦ ହଜାର ଟଙ୍କା ନଗଦ ଟଙ୍କା ସମେତ ଦୁଇଟି ମୋବାଇଲ ଫୋନ , ୪ ଟି ମଦ ବୋତଲ ନେଇ ପଳାଇ ଯାଇଥିଲେ । ଯିବା ପୂର୍ବରୁ କର୍ମଚାରୀ ମାନଙ୍କୁ ମାଡ ମାରିବା ସହ ସିସି ଟିଭିର ତାର କାଟିଦେଇ ପଳାଇ ଥିଲେ । ତେବେ ଏ ନେଇ ସେହିଦିନ ମଦ ଦୋକାନ କର୍ମଚାରୀ କୁମୁଦ ରଞ୍ଜନ ସାମଲ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାର ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିଛି । ଗିରଫ ତିନି ଜଣଙ୍କ ମଧ୍ୟରୁ ଜଣେ ତାଳଚେର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ପରଜଙ୍ଗ ଅଞ୍ଚଳର ବୋଲି ଜଣା ପଡିଛି । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ , ୧୦ ହଜାର ୫୦୦ ଟଙ୍କା ଓ ଗୋଟିଏ ମୋଟରସାଇକେଲ ଜବତ କରା ଯାଇଛି । Advertisement
ଘରର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ବାଗଡିଆ ମାରୁୱାଡି ଧର୍ମଶାଳାରେ ଭଡାରେ ରହୁଥିବା କିଛି ବଙ୍ଗୀୟ ପରିବାରର ଘରେ କେହି ନଥିବା ବେଳେ ଘରର ତାଲା…
ଦନ୍ତା ହାତୀର ମୃତଦେହ ଉଦ୍ଧାର – ଦେଢ ମାସରେ ମଲେଣି ଦୁଇ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବନଖଣ୍ଡ ଅନ୍ତର୍ଗତ ଜୋକପାଣି ଗ୍ରାମ ଜଙ୍ଗଲ ନିକଟରେ ଥିବା ଧାନ ଜମିରୁ ଏକ ଦାନ୍ତ ହାତୀର ମୃତ ଦେହ ଉଦ୍ଧାର…
ଯୁବକଙ୍କୁ ହତ୍ୟା ! ରାସ୍ତା ଅବରୋଧ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଙ୍ଗୁଲା ଗ୍ରାମର ଜଣେ ଯୁବକଙ୍କୁ ଛେଳିଆପଡ଼ା ଛକ ନିକଟରେ ହତ୍ୟା କରି ପକାଇଦେଇଥିବା ଅଭିଯୋଗ କରି ପରିବାର…