ଆଞ୍ଚଳିକ ଟ୍ରକ ଧକ୍କାରେ ଜଣେ ମୃତ Angul OnlineJanuary 17, 2022January 17, 2022 ତାଳଚେର – ଅନୁଗୁଳ ଜିଲ୍ଲା ଏନଟିପିସି ଗୋଡ଼ିବନ୍ଧ ରାସ୍ତା ହରିହରପୁର ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛି । ମୋଟରସାଇକେଳରେ ଦୁଇ ଜଣ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି । ମୃତକ ଜଣଙ୍କ ପର୍ଜଙ୍ଗ ଥାନା ଅନ୍ତର୍ଗତ କାଦୂପଡ଼ା ଗ୍ରାମର ପ୍ରତାପ ବେହେରା ବୋଲି ଜଣା ପଡିଥିବା ବେଳେ ଆହତଙ୍କ ପରିଚୟ ମିଳି ପାରି ନାହିଁ । Advertisement
ଓକିଲ ସଙ୍ଘ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଅନୁଗୁଳ – ଅନୁଗୁଳ ଓକିଲ ସଙ୍ଘର ନିର୍ବାଚନ ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବ । ସଙ୍ଘର ୩୬୯ ଜଣ ସଦସ୍ୟ ଏହି ନିର୍ବାଚନରେ ମତଦାନ କରିବେ…
ହାଇୱା ପଛରେ ଧକ୍କାଦେଲା ବସ୍ ଅନୁଗୁଳ – ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣା । ହାଇୱା ପଛରେ ଧକ୍କା ଦେଲା ବସ୍ । ଯାହା ଫଳରେ ୬ ଜଣ ଆହତ ହୋଇ…
ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣ ସମ୍ମେଳନ ଆୟୋଜିତ ଅନୁଗୁଳ – କୃଷି ବିଜ୍ଞାନ କେନ୍ଦ୍ର, ଅନୁଗୁଳ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଲୋକସଭା ସାଂସଦ…