ମୁଖ୍ୟ ଖବର ଆତ୍ମହୁତି ଉଦ୍ୟମ ବେଳେ ତିନି ଜଣ ଯୁବତୀ ଉଦ୍ଧାର Angul OnlineMarch 31, 2023March 31, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଉଦ୍ୟମ ବେଳେ ତିନି ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପୁଲିସ । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଠାରେ ସାଇ ଶ୍ରଦ୍ଧା ନାମକ ଏକ ନର୍ସିଂ ସ୍କୁଲ ରହିଛି । ଏହି ତିନି ଛାତ୍ରୀ ସେହି ସ୍କୁଲରେ ପାଠ ପଢ଼ୁଥିବା ବେଳେ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ହେଲା ସେମାନେ ସ୍କୁଲର ସମସ୍ତ ଫିସ ଦେଇଥିବା ବେଳେ ସେମାନଙ୍କୁ ପରୀକ୍ଷା ଦେବାକୁ କୁହା ଯାଇଥିଲା । ତେବେ ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ସେମାନଙ୍କ ଆଡ଼ମିଟ କାର୍ଡ ଡୁପ୍ଲିକେଟ ବୋଲି ଜଣା ପଡିଥିଲା । ଫଳରେ ସେମାନେ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ । ଏ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏହା ବିରୁଦ୍ଧରେ ସେମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଏଥିପାଇଁ ଆଜି ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ । ତେବେ ସେମାନେ ପେଟ୍ରୋଲ ଓ ଦିଆସିଲି ରଖି ଆତ୍ମହୁତି ଦେବେ ବୋଲି ପୁଲିସ ସୂଚନା ପାଇଥିଲା । ପୁଲିସ ସୂଚନା ପାଇ ସେମାନଙ୍କୁ ଜାଞ୍ଚ ବେଳେ ପେଟ୍ରୋଲ ଆଉ ଦିଆସିଲି ଜବତ କରା ଯାଇଛି । ସେମାନଙ୍କ କଥା କେହି ଶୁଣୁ ନଥିବାରୁ ବାଧ୍ୟ ହୋଇ ସେମାନେ ଜୀବନ ହାରି ଦେବାକୁ ଉଦ୍ୟମ କରିଥାନ୍ତେ ବୋଲି କହିଛନ୍ତି । Advertisement
ଜମିବିକ୍ରି ବେଳେ ଉତ୍ତରାଧିକାରୀ ପ୍ରମାଣପତ୍ର ଜାଲିଆତି – ୫ଜଣଙ୍କ ନାମରେ ମାମଲା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲରେ ଉତ୍ତରାଧିକାରୀ ପ୍ରମାଣପତ୍ରରେ ଜାଲିଆତି ଅଭିଯୋଗ । ଏ ନେଇ ଆଜି(ଶୁକ୍ରବାର) ଛେଣ୍ଡିପଦା ତହସିଲଦାର ଥାନାରେ ଜଣାଇବା ପରେ ପୁଲିସ…
ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବରିଷ୍ଠ କଂଗ୍ରେସ ନେତା କଳାକାର ସାହୁଙ୍କ ପରଲୋକ ହୋଇ ଯାଇଛି । ସେ ଅନେକ ଦିନ ହେଲା ବାର୍ଦ୍ଧକ୍ୟ…
ନକଲି ମୃଦୁ ପାନୀୟ (ଲିଚି) କାରଖାନା ସିଲ କଲା ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ହାଟତୋଟା ଠାରେ ଥିବା ଏକ ନକଲି ମୃଦୁ ପାନୀୟ କାରଖାନାରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚଢ଼ାଉ…