ମୁଖ୍ୟ ଖବର କୋଇଲା ଚୋରା ଚାଲାଣ ଅଭିଯୋଗରେ କୋଟିପତି ହୋମଗାର୍ଡ ଗିରଫ Angul OnlineMay 26, 2022May 26, 2022 ଅନୁଗୁଳ – ଅନଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୁଲିସ ଚୋରା କୋଇଲା ଚାଲାଣ ଅଭିଯୋଗରେ ଆଜି ଜଣେ ହୋମଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋମଗାର୍ଡ ଜଣଙ୍କ ହେଲେ ନରସିଂହପୁର ଥାନାର ହୋମଗାର୍ଡ ପ୍ରମୋଦ କୁମାର ସାହୁ । ତାଙ୍କ ଘର ନରସିଂହପୁର , ପାଇକପଡାପାଟଣା । ସୂଚନା ଅନୁସାରେ ଗତ ଏପ୍ରିଲ ମାସ ୮ ତାରିଖରେ ଏକ ଟ୍ରକରେ କୋଇଲା ଚୋରା ଚାଲାଣ ବେଳେ ଏକ ଟ୍ରକକୁ ନିଶା ଶିଳ୍ପାଞ୍ଚଳ ପୁଲିସ ଧରିବାରେ ସକ୍ଷମ ହୋଇଥିଲା । ଏହି ଚୋରା ଚାଲାଣ ଅଭିଯୋଗରେ ପୁଲିସ ଡ୍ରାଇଭର ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ତେବେ ଟ୍ରକର ମାଲିକ ଧରା ପଡି ନଥିବା ବେଳେ ଗତକାଲି ପୁଲିସ ନରସିଂହପୁରରୁ ଟ୍ରକର ମାଲିକ ତଥା ନରସିଂହପୁର ଥାନାର ହୋମଗାର୍ଡ ପ୍ରମୋଦକୁ ଗିରଫ କରି ଅନୁଗୁଳ ଆଣିଥିଲା । ଆଉ ଆଜି ତାକୁ କୋର୍ଟ ଚାଲାଣ କରିଛି । ତେବେ ଏହି ହୋମ ଗାର୍ଡ ପ୍ରମୋଦର କୁଆଡେ ୪ ରୁ ୫ ଟି ଟ୍ରକ ଓ ୩ ଟି ଏସି ବସ ଥିବା ବିଶ୍ଵସ୍ତ ସୂତ୍ରରୁ ଜଣା ପଡିଛି । ଏଣୁ ସେ ଜଣେ କୋଟିପତି ହୋମଗାର୍ଡ ବୋଲି ଚର୍ଚ୍ଚା ହେଉଛି । ତେବେ ଏ ନେଇ ପୁଲିସ ପାଖରେ ବିଶେଷ ସୂଚନା ନଥିବା ବେଳେ ଏ ନେଇ ତଦନ୍ତ କରା ଯାଉଛି ବୋଲି ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । Advertisement
ତାଳଚେର ମେଡିକାଲ କଲେଜ ପାଇଁ ଅଧିକ୍ଷକ ନିଯୁକ୍ତି ହେଲେ ଅନୁଗୁଳ -(ଅନୁଗୁଳ ଅନଲାଇନ୍)-୧୨/୧୦- ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ର ମୋହନ ମେଡିକାଲ ଖୋଲିବା ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଏକ ପ୍ରକାର ଘଟିଛି । ରାଜ୍ଯ…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲ ସନ୍ଦେହରେ ଯୁବକ ଅଟକ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ଜଣେ ଯୁବକକୁ ଦଲାଲ ସନ୍ଦେହରେ ସୁରକ୍ଷାକର୍ମୀ ଧରି ପୁଲିସ ର ଜିମା ଦେଇଛନ୍ତି। ସୂଚନା ଅନୁସାରେ,…
ଖଣିରେ ଦୁର୍ଘଟଣା – ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ କୋଇଲା ଖଣିର ସାଇଲୋ ରାସ୍ତାରେ MCL ର ପାଣି ଡମ୍ଫର ମାଡିଯାଇ ଜଣେ ଖଣି କର୍ମଚାରୀଙ୍କ ମୃତ୍ୟୁ…