ମୁଖ୍ୟ ଖବର ଚଳନ୍ତା ଅଟୋ ଉପରେ ପଡିଲା ଗଛ – ଗର୍ଭବତୀଙ୍କ ସମେତ ଦୁଇ ମୃତ Angul OnlineMay 27, 2022May 27, 2022 ପାଲଲହଡା – ଅନଗୁଳ ଜିଲ୍ଲା ପାଲଲହଡା ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ର ବାଲିପଶି ଗ୍ରାମ ନିକଟରେ ଏକ ଚଳନ୍ତା ଅଟୋ ଉପରେ ଏକ ବଡ ଗଛ ଭାଙ୍ଗି ପଡିଯିବା ଫଳରେ ଅଟୋରେ ଥିବା ଜଣେ ଗର୍ଭବର୍ତୀ ମହିଳା ସମେତ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଅନ୍ୟ ଜଣେ ଗୁରୁତର ଥିବା ଜଣା ପଡିଛି । ଗୁରୁତରଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସୂଚନା ଅନୁସାରେ ତିଳେଇପଶି ଗ୍ରାମର ଗର୍ଭବତୀ ଅନିମା ସାହୁଙ୍କୁ ନେଇ ଜେମା ପରିଡା ଓ ତାଙ୍କ ସ୍ଵାମୀ କୁନା ପରିଡା ଏକ ଅଟୋରେ ପାଲଲହଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସି ନିଜ ଗାଁ କୁ ଫେରୁଥିଲେ । ତେବେ ବାଟରେ ହଠାତ ତାଙ୍କ ଅଟୋ ଉପରେ ଏକ ଶୁଖିଲା ଗଛ ଭାଙ୍ଗି ପଡି ଯାଇଥିଲା । ଫଳରେ ଅଟୋ ଭିତରେ ଚାପି ହୋଇ ଜେମା ପରିଡାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକ ଅନିମା ଓ କୁନା ପରିଡାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଅନିମାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ବାଟରେ ଗର୍ଭବତୀ ଅଣିମାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । କୁନା ଏବେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଅନ୍ୟପଟେ ଅଟୋ ଚାଳକ ସତ୍ୟାନନ୍ଦ ବିଶ୍ୱାଳ ସୁରକ୍ଷିତ ଥିବା ଜଣାପଡିଛି । ମୃତହତ ମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣା ପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିଛି । ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳାଇ ଦେଇଛି । Advertisement
କେନାଲରେ ବୁଡି ଦୁଇ ନାବାଳକ ମୃତ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗାଁରେ ଅଘଟଣ । କେନାଲରେ ଗାଧେଇବା ବେଳେ ପାଣିରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ । ସୂଚନା ଅନୁସାରେ…
ଗାଁ ମଝିରେ କୋଇଲା ପରିବହନ ହେଲେ ରାଷ୍ଟ୍ରପତିଙ୍କ ଠାରେ ଇଛା ମୃତ୍ୟ ଆବେଦନ କରିବେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଳକ ଦେଇ ଯାଇଥିବା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମ ମଧ୍ୟ ଦେଇ କୋଇଲା ପରିବହନ କରାଗଲେ କୋଶଳା…
ସେଲଫି ନେବା ବେଳେ ବୁଡିଗଲା ଡଙ୍ଗା – ଆସିଷ୍ଟାଣ୍ଡ ଲୋକୋ ପାଇଲଟ ମୃତ ଅନୁଗୁଳ – ସେଲ୍ଫି ନେବା ହୋଇଛି କାଳ । ୪ ଯୁବକ ଜଳ ଭଣ୍ଡାର ଭିତରକୁ ଡଙ୍ଗା ନେଇ ଫଟୋ ଉଠାଇବାକୁ ଯାଇଥିବା ବେଳେ ଡଙ୍ଗା ବୁଡି…