
ଅନୁଗୋଳ – ଅନୁଗୋଳ ଜିଲ୍ଲା ପାଲଲହଡାର ବିଧାୟକ ମୁକେଶ ପାଲ ଗତ ୧୨ ତାରିଖରେ ବଣିଆବାହାଳ ନିବାସୀ ମଧୁସୂଦନ ପଟ୍ଟନାୟକଙ୍କ ଝିଅ ଅବଲିସାଙ୍କୁ ବିବାହ କରିଥିଲେ । ରବିବାର ତାଙ୍କର ବାହାଘର ଭୋଜି ବିଧାୟକଙ୍କ ଗାଁ ବାଲିପଶିରେ ଥିଲା । ଯେଉଁଠି ହଜାର ହଜାର ଲୋକ ଯୋଗ ଦେଇ ବରକନ୍ୟାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭୋଜି ଖାଇଥିଲେ । ତେବେ ବିଧାୟକ ମୁକେଶ ପାଳଙ୍କ ବିବାହ ଭୋଜିର ମୁଖ୍ୟ ଆକର୍ଷଣ ଥିଲେ 5 ଟି ସଚିବ ଭିକେ ପଣ୍ଡିଆନ । ସମସ୍ତଙ୍କୁ ଚକିତ କରି ଦିନ ପ୍ରାୟ ସାଢ଼େ ୧୨ ଟା ବେଳେ ସେ ବାଲିପଶି ଗାଁରେ ପହଞ୍ଚି ଥିଲେ । ପ୍ରଥମେ ନବ ଦମ୍ପତିଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ । ପରେ ପଣ୍ଡିଆନ ଯୁବଗୋଷ୍ଠୀଙ୍କ ସହ ହାତ ମିଳାଇ , ବିଧାୟକଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଥିଲେ । ସେଠାରେ ସେ ପ୍ରାୟ ଅଧା ଘଣ୍ଟା ପରିବାର ଲୋକଙ୍କ ସହ ବିତାଇ ବିବାହ ଭୋଜି ଖାଇ ଫେରି ଯାଇଥିଲେ । ତେବେ 5ଟି ସଚିବଙ୍କ ଏଭଳି ଅଚାନକ ଗସ୍ତ ପରେ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ପାଲଟିଛି ।


