ଅପରାଧ କୋଇଲା ଚୋରା ଚାଲାଣ ଅଭିଯୋଗରେ ୭ ଗିରଫ Angul OnlineMay 15, 2023May 15, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ପୁଲିସ ସୋମବାର ସାଇକେଲରେ କୋଇଲା ଚୋରା ଚାଲାଣ କରୁଥିବା ୭ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ତାଳଚେର କୋଇଲା ଖଣି ଅଞ୍ଚଳରୁ ସାଇକେଲରେ କୋଇଲା ଚୋରିକରି ବଜାରରେ ବିକ୍ରି କରିବାକୁ ନେଉଥିବା ବେଳେ ପୁଲିସ କଲିଏରୀ ଥାନା ଅନ୍ତର୍ଗତ ହାଣ୍ଡିଧୁଆ ଗାଁର ନଟ ବେହେରା(୪୦), ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଗାଁର ବିଜୟ ନାଏକ(୬୦), କନ୍ଦର୍ପ ସାମଲ(୫୬), ଅପର୍ତୀପୁର ଗାଁର ପୂର୍ଣ୍ଣଚନ୍ଦ୍ର ଭୋଇ(୪୭), ଗୋତମରା ଗାଁର ଜ୍ଞାନୀ ବେହେରା(୬୫), ମହେଶ୍ବର ନାଏକ(୩୦) ଓ ନିରାକାରପୁର ଗାଁର ରାଜେନ୍ଦ୍ର ନାଏକ(୪୯)ଙ୍କୁ ଗିରଫକରି ୭ଟି ସାଇକେଲ ଓ ୧୩.୫ କ୍ବିଣ୍ଟାଲ କୋଇଲା ଜବତକରି ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି। Advertisement
ଅଶାନ୍ତ ଅନୁଗୁଳ – ପୁଣି ଗୁଳି ମାଡରେ ଦୁଇ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କହ୍ନେଇ ନଗର ଠାରେ ଗୁଳି ମାଡରେ ଶଳା ଭେଣେଇ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତର ହେଲେ ବନ୍ତଳା…
ଯୁବତୀଙ୍କୁ ବସ ମାଲିକଙ୍କ ପୁଅଙ୍କ ଅସଦାଚରଣ ଅଭିଯୋଗ – ଅଟକ ରଖିଲେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗ୍ରାମର ଜଣେ ଯୁବତୀ ଅନୁଗୁଳରୁ କୋଶଳା ଆସିବା ପାଇଁ ବସରେ ଚଢ଼ିବା ବେଳେ ଅନୁଗୁଳ ବସଷ୍ଟାଣ୍ଡରେ ଠାରେ…
୪ ଲକ୍ଷ ୧୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୁଳ – ପାର୍ବଣ ବେଳେ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ତାଳଚେର ସହର ଉପକଣ୍ଠ ଓରା ସାହିରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ…