ଅପରାଧ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରୁ ଚୋରି କରି ଦୁଇ ଗିରଫ Angul OnlineJanuary 28, 2023January 28, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତରେ ନିର୍ମାଣ ହେଉଥିବା ଜାତୀୟ ରାଜପଥର ଲୁହା ରଡ଼ ଚୋରି ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ବଅଁରପାଳ ପୁଲିସ ଗିରଫ କରିଛି । ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରୁ ଚୋରି ହେଉଥିବା ଜଣା ପଡିଥିଲା । ଏଥିପାଇଁ ପୁଲିସ ରାତିରେ ପେଟ୍ରୋଲିଂ କଡାକଡି କରିଥିବା ବେଳେ ଗଡସନ୍ତ୍ରୀ ଗ୍ରାମରେ କେତେ ଜଣ ଅଭିଯୁକ୍ତ ଚୋରି କାର୍ଯ୍ୟ କରୁଥିବା ଜାଣି ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ପୁଲିସ ଏନେଇ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ବେଳେ ଆଜି ଗଡସନ୍ତ୍ରୀ ଗ୍ରାମରୁ ଦୁଇ ଅଭିଯୁକ୍ତକୁ କାବୁ କରି ପଚରା ଉଚରା କରିବା ବେଳେ ତାଙ୍କଠାରୁ ଏକ ହେକସ ଉଦ୍ଧାର କରିଥିଲେ । ଅଧିକ ପଚରାଉଚରା ବେଳେ ଚୋରି ବିଷୟରେ ସ୍ୱୀକାର କରିଥିଲେ । ଦୁଇ ଅଭିଯୁକ୍ତ ହେଲେ ଗଡସନ୍ତ୍ରୀ ପଞ୍ଚାୟତର ଭରତ ମାଝୀ, ବଟକୃଷ୍ଣ ସେଠୀ । ଉଭୟଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ମାନଙ୍କଠାରୁ ଚୋରି ସମାଗ୍ରୀ ଜବତ ମଧ୍ୟ କରାଯାଇଛି । Advertisement
ବ୍ରାଉନସୁଗାର ଜବତ – ଦୁଇ ଯୁବକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଇଲାକାରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି । ନାଲକୋନଗର ଥାନା ପୁଲିସ ଆଜି କୁଲାଡ଼ ଗାଁରେ ଚଢାଉ କରି…
ଭାଉଜଙ୍କୁ ଦୁଷ୍କର୍ମକରି ଦିଅର ଗିରଫ ଅନୁଗୋଳ- ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ନିଜ ଭାଉଜଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦିଅରଙ୍କୁ ଗିରଫ କରିଛି ପୁଲିସ। ସୂଚନା ଯେ, ଅଭିଯୋଗ କାରରିଣୀ ଭାଉଜଙ୍କ…
୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଜଣେ ୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପୁଲିସ।…