ଆଞ୍ଚଳିକ ଆମ ଜଙ୍ଗଲ ଯୋଜନା ’ ଉପଦେଷ୍ଟାଙ୍କର ବନଖଣ୍ଡ ପରିଦର୍ଶନ Angul OnlineJanuary 27, 2023January 27, 2023 ଅନୁଗୋଳ – ରାଜ୍ୟ ସରକାରଙ୍କ ‘ ଆମ ଜଙ୍ଗଲ ଯୋଜନା’ରେ ନୂତନ ଭାବେ ଅବସ୍ଥାପିତ ଉପଦେଷ୍ଟା ନାରାୟଣ ପଟ୍ଟନାୟକ , ଦୁଇଦିନିଆ ଅନୁଗୁଳ ଜିଲ୍ଲା ପରିଦର୍ଶନରେ ଆସିଥିଲେ । ଏହି ଦୁଇ ଦିନିଆ ଗସ୍ତ ମଧ୍ୟରେ ସେ ଅନୁଗୋଳ ବନଖଣ୍ଡର ଜରପଡା ଓ ଅନୁଗୋଳ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ବନ ସୁରକ୍ଷା ସମିତି ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ‘ ବସୁଧା ‘ ଯୋଜନାର ଉପଦେଷ୍ଟା ଦିନେଶ ପ୍ରଧାନ , ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧ୍ , ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା , ସ୍ଥାନୀୟ ଲୋକ ପ୍ରତିନିଧି , ଆମ ଜଙ୍ଗଲ ଯୋଜନା ପ୍ରକଳ୍ପ ପରିଚାଳନା ଏକକର ପ୍ରତିନିଧି , ଅନୁଗୁଳ ବନଖଣ୍ଡ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ମାନେ ଉପସ୍ଥିତ ରହି ‘ ଆମ ଜଙ୍ଗଲ ଯୋଜନା ‘ କାର୍ଯ୍ୟକ୍ରମର ସଫଳତା ସହିତ ସ୍ଥାନୀୟ ଲୋକମାନଙ୍କର ମୌଳିକ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହିତ ସେ ଉପସ୍ଥିତ ଗ୍ରାମବାସୀ , ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହିତ ମିଶି ଜଙ୍ଗଲ ସୁରକ୍ଷା ନିମନ୍ତେ ତିନି ଗୋଟି ବନ ସୁରକ୍ଷା ସମିତିକୁ ( ତେନ୍ତୁଳି , ଜେରଙ୍ଗ ଦେହୁରୀସାହି ଓ ସରୁଆଳି ବନ ସୁରକ୍ଷା ସମିତିକୁ ) ହସ୍ତାନ୍ତରିତ ଜଙ୍ଗଲ ଅଞ୍ଚଳ ପରିଦର୍ଶନ କରି ଏହାର ସାଂପ୍ରତିକ ପରିସ୍ଥିତି ଓ ଜୈବ ବିବିଧତା ବିଷୟରେ ଅବଗତ ହୋଇ ଆବଶ୍ୟକ ପରାମର୍ଶ ଦେଇଥିଲେ । ଏତଦ୍ ବ୍ୟତୀତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାସବୁ ସେମାନଙ୍କ ପାଖରେ ସଠିକ ଭାବରେ ପହଞ୍ଚୁଛି କି ନାହିଁ , ଏ ବିଷୟରେ ମଧ୍ୟ ପଚାରି ବୁଝିବାସହ କିଛି ମୌଳିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଉପସ୍ଥିତ ଲୋକ ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । Advertisement
କେନାଲରୁ ଜଣଙ୍କର ଓ ଡ୍ରେନରୁ ଜଣଙ୍କର ମୃତଦେହ ଉଦ୍ଧାର ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେରର ଏକ କେନାଲରୁ ଜଣଙ୍କର ମୃତଦେହ ଉଦ୍ଧାର କରା ଯାଇଥିବା ବେଳେ ଜରପଡା ଥାନା ତୁକୁଡାର ଏକ ଡ୍ରେନରୁ ଆଉ ଜଣଙ୍କର…
ମା’ଙ୍କୁ ମେଲାଣି – ଭକ୍ତିମୟ ପରିବେଶରେ ମା’ ଲକ୍ଷ୍ମୀଙ୍କ ଭଷାଣ ଉତ୍ସବ ଅନୁଷ୍ଠିତ ଅନୁଗୁଳ – ଧରାପୃଷ୍ଠରୁ ବିଦାୟ ନେଲେ ମା ଧନଦାତ୍ରୀ ଲକ୍ଷ୍ମୀ । ଭକ୍ତଙ୍କ ଗହଣରେ ଲୀଳାଖେଳା ସାରି ମେଲାଣି ନେଲେ ମା । ଶିଳ୍ପସମୃଦ୍ଧ ଅନୁଗୁଳ ସହରରେ…
କୃଷି ଭିତ୍ତିକ ଯନ୍ତ୍ରପାତି ସୋରୁମ ଉଦଘାଟନ ଅନୁଗୁଳ-ଅନୁଗୁଳ ଜିଲ୍ଲାର ସମସ୍ତ ଚାଷୀ ମାନଙ୍କୁ ଉର୍ଣ୍ଣତ ମାନର ଚାଷ ,ଚାଷର ମାନ ବୃଦ୍ଧି ପାଇଁ କିଲୋସକାର କମ୍ପାନୀର ଉନ୍ନତ ମାନର କୃଷି ଯନ୍ତ୍ରପାତି ସୋ ରୁମ…