ମୁଖ୍ୟ ଖବର ସାତକୋଶିଆ ଅଭୟାରଣ୍ୟକୁ ପୁଣି ଫେରିବେ ମହାବଳ ବାଘ Angul OnlineAugust 28, 2024August 28, 2024 ଭୁବନେଶ୍ୱର – ଅନୁଗୁଳ ସାତକୋଶିଆ ଅଭୟାରଣ୍ୟକୁ ପୁଣି ଫେରିବେ ମହାବଳ ବାଘ । ପୁଣି ଖୁବଶୀଘ୍ର ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ । ମଧ୍ୟପ୍ରଦେଶରୁ ୧୫ଟି ବାଘୁଣୀ ଆଣିବାକୁ ଏନଟିସିଏରୁ ଅନୁମତି ମିଳିଛି । ତେବେ ଏଥିପାଇଁ ୧୫ଟି ସର୍ଭ ରଖିଛି ନାସନାଲ ଟାଇଗର କନଜର୍ଭେସନ ଅଥରିଟି । ବିଭାଗ ତରଫରୁ ୫ ବର୍ଷିଆ ଯୋଜନା କରାଯିବ । ଚଳିତ ଥର ମହାରାଷ୍ଟ୍ରର ତଡବା ଜଙ୍ଗଲରେ ବାଘ ମାନଙ୍କ ଜେନେଟିକ ଓଡ଼ିଶାର ବାଘଙ୍କ ସାମଞ୍ଜସ୍ୟ ଥିବାରୁ ସେଇଠାରୁ ବାଘ ଆସିବେ। ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ବିସ୍ତୃତ ଆଲୋଚନା କରାଯିବ। ପ୍ରଥମେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ଗାଁ ଗୁଡ଼ିକୁ ସ୍ଥାନାନ୍ତର କରାଯିବ । ଏହା ପରେ ମଧ୍ୟପ୍ରଦେଶରୁ ବାଘ ଆଣିବାକୁ ଯୋଜନା ରଖାଯାଇଛି । କୋର ଏରିଆରୁ ସମସ୍ତ ଜନବସତି ଖାଲି କରାଯାଇଛି । ବଫର ଏରିଆରୁ ୬ଟି ଗାଁ ଖାଲି ହୋଇଥିବା ବେଳେ ଆଉ କିଛି ଗାଁ ଖାଲି କରାଯିବ । ପୂର୍ବରୁ ୨୦୨୧ରେ ମଧ୍ୟପ୍ରଦେଶରୁ ଦୁଇଟି ବାଘ ଅଣାଯାଇଥିଲେ ମଧ୍ୟ ଏହି ପ୍ରକଳ୍ପ ଫେଲ୍ ମାରିଥିଲା । ଶିକାରୀ ଫାସରେ ପଡ଼ି ମହାବଳ ବାଘ ମହାବୀରର ମୃତ୍ୟୁ ହୋଇଥିଲା । ସେହିପରି ବାଘୁଣୀ ସୁନ୍ଦରୀ ମଣିଷ ମାରିବା ଯୋଗୁଁ ଅନେକ ଦିନ ବନ୍ଦୀ ଜୀବନ କାଟିବା ପରେ ମଧ୍ୟପ୍ରଦେଶକୁ ଫେରିଯାଇଥିଲା । ସେବେଠାରୁ ବନ୍ଦ ରହିଥିଲା ଅନ୍ତରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ଯୋଜନା । କିନ୍ତୁ ଏବେ ପୁଣି ଥରେ ଏହି ପ୍ରକଳ୍ପକୁ ଗ୍ରୀନ ସିଗନାଲ ଦେଇଛନ୍ତି ଏନଟିସିଏ । Advertisement
ବଢି ପାଣି ଭିତରୁ ଉଦ୍ଧାର ହେଲା ହାତୀ ଛୁଆ ଅନୁଗୁଳ – ପାଣି ଭିତରୁ ହାତୀ ଛୁଆ ଉଦ୍ଧାର । ହାତୀ ପଲରୁ ଖସି ଆସିଥିବା ଏକ ହାତୀ ଛୁଆ ଡ୍ୟାମ ପାଣି ଭିତରେ ପଶି ଯାଇ…
ପ୍ରଶାନ୍ତ ମେଣ୍ଡୁଲି – ଛୋଟ ଗାଁରୁ ଓଡ଼ିଶାର ଚର୍ଚ୍ଚିତ ଚେହେରା ଅନୁଗୋଳ – ଦୀର୍ଘ ତିନିଦିନ ଧରି ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓଲ୍ହାଇଥିଲା । ଯାହାର ପ୍ରଭାବ ଜନଜୀବନ ଉପରେ ପଡିଥିଲା । ଏହାକୁ ହୃଦୟଙ୍ଗମ କରି ମୁଖ୍ୟ…
ସଡକ ଦୁର୍ଘଟଣା ନେଲା ବାପ-ପୁଅଙ୍କ ଜୀବନ ଅନୁଗୁଳ – ସଡକ ଦୁର୍ଘଟଣାରେ ବାପ-ପୁଅ ମୃତ । ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ପ୍ରତାପପୁର ଠାରେ ଅଜଣା ଗାଡି ଧକ୍କାରେ ୨ ଜଣ ମୋଟରସାଇକେଲ ଆରୋହୀଙ୍କ…