ମୁଖ୍ୟ ଖବର ସାତକୋଶିଆ ଅଭୟାରଣ୍ୟକୁ ପୁଣି ଫେରିବେ ମହାବଳ ବାଘ Angul OnlineAugust 28, 2024August 28, 2024 ଭୁବନେଶ୍ୱର – ଅନୁଗୁଳ ସାତକୋଶିଆ ଅଭୟାରଣ୍ୟକୁ ପୁଣି ଫେରିବେ ମହାବଳ ବାଘ । ପୁଣି ଖୁବଶୀଘ୍ର ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ । ମଧ୍ୟପ୍ରଦେଶରୁ ୧୫ଟି ବାଘୁଣୀ ଆଣିବାକୁ ଏନଟିସିଏରୁ ଅନୁମତି ମିଳିଛି । ତେବେ ଏଥିପାଇଁ ୧୫ଟି ସର୍ଭ ରଖିଛି ନାସନାଲ ଟାଇଗର କନଜର୍ଭେସନ ଅଥରିଟି । ବିଭାଗ ତରଫରୁ ୫ ବର୍ଷିଆ ଯୋଜନା କରାଯିବ । ଚଳିତ ଥର ମହାରାଷ୍ଟ୍ରର ତଡବା ଜଙ୍ଗଲରେ ବାଘ ମାନଙ୍କ ଜେନେଟିକ ଓଡ଼ିଶାର ବାଘଙ୍କ ସାମଞ୍ଜସ୍ୟ ଥିବାରୁ ସେଇଠାରୁ ବାଘ ଆସିବେ। ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ବିସ୍ତୃତ ଆଲୋଚନା କରାଯିବ। ପ୍ରଥମେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ଗାଁ ଗୁଡ଼ିକୁ ସ୍ଥାନାନ୍ତର କରାଯିବ । ଏହା ପରେ ମଧ୍ୟପ୍ରଦେଶରୁ ବାଘ ଆଣିବାକୁ ଯୋଜନା ରଖାଯାଇଛି । କୋର ଏରିଆରୁ ସମସ୍ତ ଜନବସତି ଖାଲି କରାଯାଇଛି । ବଫର ଏରିଆରୁ ୬ଟି ଗାଁ ଖାଲି ହୋଇଥିବା ବେଳେ ଆଉ କିଛି ଗାଁ ଖାଲି କରାଯିବ । ପୂର୍ବରୁ ୨୦୨୧ରେ ମଧ୍ୟପ୍ରଦେଶରୁ ଦୁଇଟି ବାଘ ଅଣାଯାଇଥିଲେ ମଧ୍ୟ ଏହି ପ୍ରକଳ୍ପ ଫେଲ୍ ମାରିଥିଲା । ଶିକାରୀ ଫାସରେ ପଡ଼ି ମହାବଳ ବାଘ ମହାବୀରର ମୃତ୍ୟୁ ହୋଇଥିଲା । ସେହିପରି ବାଘୁଣୀ ସୁନ୍ଦରୀ ମଣିଷ ମାରିବା ଯୋଗୁଁ ଅନେକ ଦିନ ବନ୍ଦୀ ଜୀବନ କାଟିବା ପରେ ମଧ୍ୟପ୍ରଦେଶକୁ ଫେରିଯାଇଥିଲା । ସେବେଠାରୁ ବନ୍ଦ ରହିଥିଲା ଅନ୍ତରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ଯୋଜନା । କିନ୍ତୁ ଏବେ ପୁଣି ଥରେ ଏହି ପ୍ରକଳ୍ପକୁ ଗ୍ରୀନ ସିଗନାଲ ଦେଇଛନ୍ତି ଏନଟିସିଏ । Advertisement
ରାସ୍ତା କଡରେ ପଡିଛି ଦୁଇ ଶିଶୁଙ୍କ ମୃତଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହିଧରପୁର ରାସ୍ତା କଡରୁ ଦୁଇଟି ନବଜାତକ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି । ରାସ୍ତା କଡରେ ଏହି ନବାଜାତକଙ୍କ ମୃତଦେହ ଗୁଡିକ…
ବାରୁଆଁ ପାହାଡ଼ରେ ପୂର୍ବତଟ ରେଳପଥର ଲମ୍ୱା ଟନେଲ ଭୁବନେଶ୍ବର – ମାଇଲ ଖୁଣ୍ଟ ହାସଲ କରିଛି ପୂର୍ବତଟ ରେଳପଥ । ତାଳଚେର-ବିମଳାଗଡ଼ ନୂତନ ରେଳ ପ୍ରକଳ୍ପ ମଧ୍ୟରେ ଟନେଲର ବଡ ଧରଣର କାର୍ଯ୍ୟ ସମ୍ପାଦନରେ ପୂର୍ବତଟ…
ଟାମଡ଼ା ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅବନୀ ଅନୁଗୁଳ – ଅକ୍ଟୋବର ମାସ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳଚେର-ଅନୁଗୁଳ-ମେରାମଣ୍ଡଳୀ (ଟାମଡା) ଅଧ୍ୟକ୍ଷ ଭାବେ ଅବନୀକାନ୍ତ ସାହୁଙ୍କ ନାଁ ଘୋଷଣା କରିଥିଲେ । ତେବେ…