ସମସ୍ୟା ଜି.ଏସ୍.ଟି. କାର୍ଯ୍ୟାଳୟ ଘେରିଲେ ବ୍ୟବସାୟୀ Angul OnlineNovember 6, 2024November 6, 2024 ଅନୁଗୁଳ – ଜୟପୁରରେ ବ୍ୟବସାୟିକ ଅନୁଷ୍ଠାନରେ ଅତର୍କିତ ଚଢ଼ାଉ ପରେ ବ୍ୟବସାୟୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ଏହାର ପ୍ରତିବାଦର ସ୍ବର ସାରା ରାଜ୍ୟରେ ଦେଖିବାକୁ ମିଳିଛି । ଆଜି ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ଏହାର ପ୍ରତିବାଦ କରାଯାଇ ଜି ଏସ ଟି କାର୍ଯ୍ୟାଳୟ ଘେରାଉ କରାଯାଇଛି । ଶତାଧିକ ବ୍ୟବସାୟୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜି ଏସ ଟି କାର୍ଯ୍ୟାଳୟ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହାତରେ ପ୍ଲାକାର୍ଡ ଧରି ଜି ଏସ ଟି ସଂସ୍ଥା ଓ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇ ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିଥିଲେ । ଯେଉଁ ଜି ଏସ ଟି କର୍ମଚାରୀ ମାନେ ଏଭଳି କରିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଥିଲେ ବ୍ୟବସାୟୀ ସଂଘ । ସେମାନଙ୍କ କହିବା କଥା ବ୍ୟବସାୟୀ ମାନେ ଚୋର ନୁହଁନ୍ତି । ଯେଉଁ ବ୍ୟବସାୟୀ ମାନେ ଜି ଏସ ଟି ଦେଉଛନ୍ତି , ଯେଉଁମାନେ ସରକାରଙ୍କୁ ରାଜସ୍ୱ ଦେଉଛନ୍ତି ସେମାନଙ୍କ ଅନୁଷ୍ଠାନ ଉପରେ ବିନା ନୋଟିସ , ବିନା ଖବରରେ ଚଢ଼ାଉ କରା ଯାଉଛି । ଯାହା ଫଳରେ ଚାପଗ୍ରସ୍ତ ହେଉଛନ୍ତି ବ୍ୟବସାୟୀ । ଏହାକୁ ସେମାନେ ନିନ୍ଦା କରିବା ସହ ଏଭଳି ଘଟଣାର ପୁନରାବୃତ୍ତି ନ ହେବାକୁ ଦାବି କରିଛନ୍ତି । Advertisement
ମେଡିକାଲ କଲେଜ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲା କ୍ରିୟାନୁଷ୍ଠାନ କମିଟି ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ଏକ ପ୍ରକାର ଅନିଶ୍ଚିତତା ଭିତର ଦେଇ ଗତି କରୁଛି । ଏହି ପ୍ରସଙ୍ଗରେ ଆଜି…
ଅସହଯୋଗ ଆନ୍ଦୋଳନରେ ଡାକ୍ତର – ସ୍ଥାୟୀ ନିଯୁକ୍ତି ଦାବି ଅନୁଗୁଳ – ରାଜ୍ୟ ଆୟୁଷ ଡ଼ାକ୍ତର ସଂଘ ସହବନ୍ଧିତ ଅନୁଗୁଳ ଜିଲ୍ଲା ଆୟୁଷ ଡ଼ାକ୍ତର ସଂଘ ତରଫରୁ ଆଜି(ମଙ୍ଗଳବାର) ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ରାଜ୍ୟ…
ତାଳଚେର ରହିଲା ବନ୍ଦ ତାଳଚେର- ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିବା ଯୁବତୀଙ୍କ ପରିବାରକୁ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆ ଯାଇଥିଲା। ବନ୍ଦରେ ୧୦ ଟି…