ସମସ୍ୟା ଜି.ଏସ୍.ଟି. କାର୍ଯ୍ୟାଳୟ ଘେରିଲେ ବ୍ୟବସାୟୀ Angul OnlineNovember 6, 2024November 6, 2024 ଅନୁଗୁଳ – ଜୟପୁରରେ ବ୍ୟବସାୟିକ ଅନୁଷ୍ଠାନରେ ଅତର୍କିତ ଚଢ଼ାଉ ପରେ ବ୍ୟବସାୟୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ଏହାର ପ୍ରତିବାଦର ସ୍ବର ସାରା ରାଜ୍ୟରେ ଦେଖିବାକୁ ମିଳିଛି । ଆଜି ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ଏହାର ପ୍ରତିବାଦ କରାଯାଇ ଜି ଏସ ଟି କାର୍ଯ୍ୟାଳୟ ଘେରାଉ କରାଯାଇଛି । ଶତାଧିକ ବ୍ୟବସାୟୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜି ଏସ ଟି କାର୍ଯ୍ୟାଳୟ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହାତରେ ପ୍ଲାକାର୍ଡ ଧରି ଜି ଏସ ଟି ସଂସ୍ଥା ଓ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇ ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିଥିଲେ । ଯେଉଁ ଜି ଏସ ଟି କର୍ମଚାରୀ ମାନେ ଏଭଳି କରିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଥିଲେ ବ୍ୟବସାୟୀ ସଂଘ । ସେମାନଙ୍କ କହିବା କଥା ବ୍ୟବସାୟୀ ମାନେ ଚୋର ନୁହଁନ୍ତି । ଯେଉଁ ବ୍ୟବସାୟୀ ମାନେ ଜି ଏସ ଟି ଦେଉଛନ୍ତି , ଯେଉଁମାନେ ସରକାରଙ୍କୁ ରାଜସ୍ୱ ଦେଉଛନ୍ତି ସେମାନଙ୍କ ଅନୁଷ୍ଠାନ ଉପରେ ବିନା ନୋଟିସ , ବିନା ଖବରରେ ଚଢ଼ାଉ କରା ଯାଉଛି । ଯାହା ଫଳରେ ଚାପଗ୍ରସ୍ତ ହେଉଛନ୍ତି ବ୍ୟବସାୟୀ । ଏହାକୁ ସେମାନେ ନିନ୍ଦା କରିବା ସହ ଏଭଳି ଘଟଣାର ପୁନରାବୃତ୍ତି ନ ହେବାକୁ ଦାବି କରିଛନ୍ତି । Advertisement
ଆମ ହସପିଟାଲ ଦାବିରେ ତହସିଲ ଅଫିସ ଘେରାଉ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ସାମିଲ କରିବା ଦାବିରେ ଛେଣ୍ଡିପଦା ଠାରେ ଏହି ହସପିଟାଲ ଉପରେ ନିର୍ଭର କରୁଥିବା ପ୍ରାୟ…
ତାଳଚେର ବ୍ଲକ ୧୨ ଓ ୧୬ ନମ୍ୱର୍ ୱାର୍ଡର ପୁନଃ ନିର୍ବାଚନ ପାଇଁ ଦାବି ଅନୁଗୁଳ – ଅନୁଗୁଳ ତାଳଚେର ବ୍ଲକ କୋଡ଼ିଏ ନମ୍ୱର୍ ଜିଲ୍ଲା ପରିଷଦ ଅନ୍ତର୍ଗତ ୧୨ ଓ ୧୬ ନମ୍ୱର୍ ୱାର୍ଡ ପାଇଁ ହୋଇଥିବା ପଞ୍ଚାୟତ ନିର୍ବାଚନ ଗଣତି…
ଜାତୀୟ ରାଜପଥ କଡରୁ ଜବରଦଖଲ ଉଚ୍ଛେଦ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ୫୫ ନମ୍ବର ଜାତୀୟ ରାଜପଥର ନାଲକୋ ଏଫସିଆଇ ଛକ ଠାରୁ କାରଗିଲ ପେଟ୍ରୋଲ ପମ୍ପ…