ମୁଖ୍ୟ ଖବର ପୁଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ Angul OnlineJune 7, 2022June 7, 2022 ଅନୁଗୁଳ – ରାଜ୍ୟ ପୁଲିସ ବିଭାଗରେ ପୁଲିସ ସବ୍-ଇନ୍ସପେକ୍ଟରଙ୍କର ଇନ୍ସପେକ୍ଟର ଭାବେ ପଦୋନ୍ନତି ହୋଇଛି । ପଦୋନ୍ନତି ପାଇଥବା ଏହି ଇନିସ୍ପେକ୍ଟରଙ୍କ ସମେତ ପୂର୍ବରୁ କାର୍ଯ୍ୟରତ ବରିଷ୍ଠ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି । ଅନୁଗୁଳ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ ବରିଷ୍ଠ ଇନ୍ସପେକ୍ଟର ଜ୍ଞାନରଞ୍ଜନ ସାମଲଙ୍କୁ ପିଟିସି , ନାଲ୍କୋ ଥାନା ଆଇଆଇସି ବିନ୍ଦୁବାସିନୀ ବିଶ୍ବାଳଙ୍କୁ ଓଏଚ୍ଆର୍ସି ଏବଂ ପିଟିସିରେ କାର୍ଯ୍ୟରତ ଝୁନାରାଣୀ ସାହୁଙ୍କୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ପୁଲିସ ଏକାଡ଼େମୀକୁ ବଦଳି ହୋଇଛି । ସେହିପରି ଜିଲ୍ଲାରେ କାର୍ଯ୍ୟରତ ୭ ଜଣ ସବ୍-ଇନ୍ସପେକ୍ଟରଙ୍କର ଇନିସ୍ପେକ୍ଟର ଭାବେ ପଦୋନ୍ନତି ହୋଇଛି । ସେମାନଙ୍କ ମଧ୍ୟରୁ ସ୍ନିତାଞ୍ଜଳି ପ୍ରଧାନ , ବିକ୍ରମ ବିହାରୀ ଜୟପୁରିଆ , ବିଜୟ କୁମାର ସ୍ବାଇଁ , ଦିଲ୍ଲୀପ କୁମାର ଲାକ୍ରାଙ୍କୁ ଅନୁଗୁଳରେ ଅବସ୍ଥାପିତ କରାଯାଇଥିବା ବେଳେ ପ୍ରକାଶ କୁମାର ମାଝିଙ୍କୁ କମିସନରେଟ୍ ପୁଲିସ , ରୀତାରାଣୀ ପ୍ରଧାନଙ୍କୁ କଳାହାଣ୍ଡି ଓ କଳ୍ପନା ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲାକୁ ବଦଳି ହୋଇଥିବା ଜଣାପଡ଼ିଛି । Advertisement
ଜିଲ୍ଲାରେ ମାଟ୍ରିକ ପାସହାର ୯୮.୦୮ – ୨୧୭ ଜଣ ଛାତ୍ରଛାତ୍ରୀ ଫେଲ * ଅଧିକ ପୁଅ ମାରିଲେ ବାଜିମାତ * ୧୬୯୪୬ ଜଣ ପରୀକ୍ଷାର୍ଥୀ ପାସ୍ * ଏ-୧ ଗ୍ରେଡ୍ ରେ ମୋଟ ୧୧୭ ଜଣ ପରୀକ୍ଷାର୍ଥୀ ଅନୁଗୁଳ –…
ଲାଞ୍ଚ ନେଇ ଚାକିରୀରୁ ବହିସ୍କୃତ ହେଲେ କନିଷ୍ଠ କିରାଣୀ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଜୁନିଅର ରେଭନ୍ୟୁ ଆସିଷ୍ଟାଣ୍ଡ ପଙ୍କଜିନି ବିଶ୍ୱାଳ ଚାକିରୀରୁ ବହିସ୍କୃତ ହୋଇଛନ୍ତି । ୨୦୨୩ ମସିହା ମେ ୧୨ ତାରିଖରେ…
୧୦ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଅନୁଗୁଳ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଜନ୍ମାଷ୍ଟମୀର ପବିତ୍ର ଅବସରରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବନମାଳିପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର…