ଅପରାଧ ଗୋରୁ ଚାଲାଣ ବେଳେ ଧରା ପଡିଲା ଟ୍ରକ – ଶତାଧିକ ଗୋରୁ ଜବତ Angul OnlineAugust 18, 2022August 18, 2022 ପାଲଲହଡା – ଜାତୀୟ ରାଜପଥ ୪୯ ରେ ବେଆଇନ ଗୋରୁ ଚାଲାଣ ବେଳେ ପାଲଲହଡ଼ା ପୁଲିସ ଧରିବାକୁ ସକ୍ଷମ ହୋଇଛି । ଏହା ସହ ଚାଲାଣ ହେଉଥିବା ଶତାଧିକ ଗୋରୁ ଉଦ୍ଧାର କରା ଯାଇଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଦେଇ ଯାଇଥିବା ଜାତୀୟ ରାଜପଥ ଦେଇ ବରଗଡରୁ କଲିକତା ଗୋରୁ ଚାଲାଣ ହେଉଥିବା ପୁଲିସକୁ ସୂଚନା ମିଳିଥିଲା । ଏଥିପାଇଁ ବିଲମ୍ବିତ ରାତିରେ ପାଲଲହଡ଼ା ପୁଲିସ ପାଲଲହଡ଼ା ଠାରେ ଜଗି ରହିଥିଲା । ରାତି ପ୍ରାୟ ୩ ଟା ବେଳେ ଏକ ଟ୍ରକ ଯୋଗେ ଗୋରୁ ଯାଉଥିବା ବେଳେ ଗାଡିକୁ ଅଟକାଇ ଯାଞ୍ଚ କରା ଯାଇଥିଲା । ଯାଞ୍ଚ ବେଳେ ସେଥିରେ ପ୍ରାୟ ୧୦୦ରୁ ଅଧିକ ଗୋରୁ ଥିବା ବେଳେ ଚାଲାଣ କରୁଥିବା ୨ ଜଣଙ୍କୁ ଅଟକ ରଖିଥିଲା । ପଚରାଉଚରା ବେଳେ ଏହି ଗୋରୁ ବରଗଡରୁ କଲିକତା ଚାଲାଣ ହେଉଥିବା ସ୍ପଷ୍ଟ ହୋଇଥିଲା । ଗାଡ଼ିରେ ଥିବା ଗୋରୁ ଗୁଡିକୁ ପୁଲିସ ଉଦ୍ଧାର କରି ଗୋଶାଳାକୁ ପଠାଇଥିବା ବେଳେ ୨ ଜଣ ଅଣଓଡ଼ିଆଙ୍କୁ ଗିରଫ କରିଛି । Advertisement
ବେଆଇନ ଆଣ୍ଟିଜେନ ଟେଷ୍ଟ କରି ଜଣେ ଗିରଫ ଅନୁଗୁଳ – ଅନୁଗୁଳ ସହର ଓ ଆଖପାଖ ଅଞ୍ଚଳରେ ଆଣ୍ଟିଜେନ କିଟ୍ ମାଧ୍ୟମରେ ବେଆଇନ ଭାବେ କୋଭିଡ ପରୀକ୍ଷା କରୁଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି…
ମାରଣାସ୍ତ୍ର ଦେଖାଇ , ମାଡ଼ ମାରି ଟଙ୍କା ଓ ସାମଗ୍ରୀ ଲୁଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେରରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଡକାୟତି ହୋଇଥିବା ଅଭିଯୋଗ ହୋଇଛି । ୫ ଜଣ ଦୁର୍ବୃତ୍ତ ବନ୍ଧୁକ…
ଦାମୀ କାରରୁ ୪୦୦ ଲିଟର ଦେଶୀ ମଦ ଜବତ – ୨ ଗିରଫ ଅନୁଗୋଳ – ଅନୁଗୋଳ ଅବକାରୀ ମୋବାଇଲ ସ୍କ୍ବାର୍ଡ ଦ୍ବାରା ଗୁରୁବାର ସକାଳେ ୪୦୦ ଲିଟର ଦେଶୀ ମଦ ସହ ୨ ଯୁବକ ଗିରଫ ଓ କାର ଜବତ…