ମୁଖ୍ୟ ଖବର ଟ୍ରକ ମୋଟରସାଇକେଲ ଧକ୍କା – ମୋଟରସାଇକେଲ ଚାଳକଙ୍କର ମୃତ୍ୟୁ Angul OnlineSeptember 20, 2021September 21, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନୁଗୁଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର ଗୋପୀନାଥପୁର ଠାରେ ଥିବା ସରଲିୟା ପେଟ୍ରୋଲ ପମ୍ପ ନିକଟରେ ଗତ ରବିବାର ସନ୍ଧ୍ୟା ୭ଟା ବେଳେ ମୋଟରସାଇକେଲ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ମୋଟରସାଇକେଲ ଚାଳକ ଗରୁତର ହୋଇ କଟକ ସ୍ଥାନାନ୍ତର ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କୁକୁରପେଟା ଗ୍ରାମର ମହେଶ୍ୱର ସେଠୀ । ସୂଚନା ଅନୁସାରେ ଗତ ରବିବାର ମହେଶ୍ୱର ଛେଣ୍ଡିପଦାରୁ ତାଙ୍କ ଗ୍ରାମ କୁକୁରପେଟାକୁ ମୋଟରସାଇକେଲରେ ଫେରୁଥିବା ବେଳେ ସରଳିୟା ପେଟ୍ରୋଲ୍ ପମ୍ପ୍ ନିକଟରେ ଅନୁଗୁଳ ଦିଗରୁ ଛେଣ୍ଡିପଦା ଦିଗକୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ମହେଶ୍ୱର ମୋଟରସାଇକେଲରୁ ଛିଟିକି ତଳେ ପଡି ଗୁରୁତର ହୋଇଥିଲେ । ରାସ୍ତାରେ ଯାଉଥିବା ଲୋକମାନେ ମହେଶ୍ୱରଙ୍କୁ ଉଦ୍ଧାର ଅନୁଗୁଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ସେଠାରୁ ତାଙ୍କୁ କଟକ ପଠା ଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଛେଣ୍ଡିପଦା ପୁଲିସ ଦୁର୍ଘଟଣା ଗ୍ରସ୍ତ ଟ୍ରକଟିକୁ ଜବତ କରିବା ସହିତ ଚାଳକକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । Advertisement
ଜାପାନରେ ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଅନୁଗୁଳ ଛାତ୍ର ଅନୁଗୁଳ – ଅନୁଗୁଳ ଚମ୍ପତିମୁଣ୍ଡାସ୍ଥିତ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଏକାଦଶ ଶ୍ରେଣୀର ଛାତ୍ର ଯୁବ ବିଜ୍ଞାନୀ ତେଜସ ଦାଶ ଜାପାନର ଟୋକିଓରେ ଆୟୋଜିତ ସାକୁରା ବିଜ୍ଞାନ…
ଏମ୍ସିଏଲ୍ କଲା ଭୁବନେଶ୍ବରୀ ଖଣି ସମ୍ପ୍ରସାରଣ ଟେଣ୍ଡର୍ ବାତିଲ ଅନୁଗୋଳ – ମହାନଦୀ କୋଲ୍ଫିଲ୍ଡସ ଲିମିଟେଡ୍ (ଏମ୍ସିଏଲ୍)ର ତାଳଚେରରେ ଥିବା ଭୁବନେଶ୍ବରୀ ଖୋଲାମୁହଁ କୋଇଲା ଖଣିର ସମ୍ପ୍ରସାରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏହି ସମ୍ପ୍ରସାରଣ ପାଇଁ…
ଜାତୀୟ ରାଜପଥ ବିରୁଦ୍ଧରେ ୬ ଥାନାରେ ଅଭିଯୋଗ ଅନୁଗୁଳ -(ଅନୁଗୁଳ ଅନଲାଇନ୍) – ଜାତୀୟ ରାଜପଥ ବିଭାଗ ନାମରେ ଥାନାରେ ଅଭିଯୋଗ । ଏକାଥରକେ ୬ ଟି ଥାନାରେ ଅଭିଯୋଗ କଲା ଅନୁଗୁଳ ଓକିଲ ସଂଘ…