ଆଞ୍ଚଳିକମୁଖ୍ୟ ଖବର ଟ୍ରକ ମାଲିକ ଓ ନାଲକୋ ବିବାଦ ତୁଟିଲା – ସେପଟେ ୧୬ ଟ୍ରକ ମାଲିକ ଗିରଫ Angul OnlineJanuary 22, 2021January 22, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ଓ କୁଲାଡ ଟ୍ରକ ମାଲିକ ସଂଘକୁ ସଠିକ ମାତ୍ରାରେ ଆଲୁମିନିୟମ ପରିବହନ ମିଳୁ ନଥିବାରୁ ଟ୍ରକ ସଂଘ ପକ୍ଷରୁ ଡିସେମ୍ବର ମାସ ୮ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଟ୍ରକ ଯୋଗେ ଆଲୁମିନିୟମ ପରିବହନ ବନ୍ଦ କରାଯାଇଥିଲା । ଏ ନେଇ ଜିଲ୍ଲା ପ୍ରଶାସନ ନିକଟରେ ତ୍ରୀପାକ୍ଷିକ ଆଲୋଚନା ବିଫଳ ଓ ଗତ ଡିସେମ୍ବର ମାସରେ ନାଲକୋ ପ୍ରଶାସନ ସହିତ ଆଲୋଚନା ମଧ୍ୟ ବିଫଳ ହୋଇଥିଲା । ଦୁଇ ଦୁଇ ଥର ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ନଥିବାରୁ ଡିସେମ୍ବର ୨୪ ତାରିଖ ଉଭୟ ଟ୍ରକ ମାଲିକ ସଂଘ ନାଲକୋ ସ୍ମେଲଟର ପ୍ଲାଂଟ ମୂଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ଏହା ଭିତରେ ୧ମାସ ବିତି ଯାଇଛି । କେବଳ ନାଲକୋ ପ୍ରଶାସନ ଓ ଟ୍ରକ ମାଲିକ ସଂଘ ନିଜ ଦିଜର ପରିବହନ ମୂଲ୍ୟ ପ୍ରଦାନ କରିଥିଲେ । କିନ୍ତୁ ନିର୍ମାଣ କରାଯାଇଥିବା ବୈଷୟିକ କିମିଟି କୌଣସି ପଦକ୍ଷେପ ନ ନେବାରୁ ଗୁରୁବାର ଉଭୟ ଟ୍ରକ ମାଲିକ ସଂଘ ସକାଳ ୮ ଘଟିକା ସମୟରେ ନାଲକୋ ସ୍ମେଲଟର ପ୍ଳାଣ୍ଟ ସମ୍ମୁଖ ରେ ଧାରଣା ଦେଇଥିଲେ । ପରେ ଉଭୟ ଟ୍ରକ ମାଲିକ ସଂଘ ପକ୍ଷରୁ କୁଲାଡ ସ୍ଥିତ ରେଳ ଧାରଣାରେ ରେଳ ରୋକ କରିଥିଲେ । ପ୍ରାୟ ୨ଶହ ରୁ ଊର୍ଦ୍ଧ୍ଵ ଟ୍ରକମାଲିକ ରେଳ ଧାରଣାରେ ବସି ରହି ଆନ୍ଦୋଳନ କରୁଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଧାରଣାରେ ବସିଥିବା ପ୍ରାୟ ୨ଶହ ଜଣ ଟ୍ରକ ମାଲିକଙ୍କୁ ଉଠାଇ ଆଣି ରାତି ୧ଟା ପର୍ଯ୍ୟନ୍ତ ଥାନାରେ ଅଟକ ରଖିବା ପରେ ୧୬ ଜଣ ଟ୍ରକ ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଶୁକ୍ରବାର ପୁର୍ବାହ୍ନରେ ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ , ଦୁଇ ଟ୍ରକ ମାଲିକ ସଂଘର କର୍ମକର୍ତା ଓ ନାଲକୋ ଅଧିକାରୀ ମାନଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଏକ ତ୍ରୀପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଟ୍ରକ ଯୋଗେ ଅଧିକ ଆଲୁମିନିୟମ ପରିବହନ କରିବାକୁ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଏସପି ଜଗମୋହନ ମୀନା ବୈଠକରେ ଉପସ୍ଥିତ ଥିବା ନାଲକୋ କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ନାଲକୋ କର୍ତୃପକ୍ଷ ଚେଷ୍ଠା କରିବେ ବୋଲି ସହମତି ପ୍ରକାଶ କରିଥିଲେ । ଆଲୁମିନିୟମ ପରିବହନରେ ଯେଉଁ ସବୁ ସମସ୍ୟା ସୃଷ୍ଠି ହେଉଛି ଏହାକୁ ସମାଧାନ କରିବା ପାଇଁ ନାଲକୋ କର୍ତୃପକ୍ଷ ଏବଂ ଦୁଇଟି ଯାକ ସଂଘର କର୍ମକର୍ତା ଆପୋସ ଆଲୋଚନା କରି ଏହାକୁ ସମାଧାନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ଆଗକୁ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରି ନିଷ୍ପତି ନିଆଯିବ ବୋଲି ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ସଭାପତି ବିଭୁତି ପ୍ରସାଦ ଦାସ ପ୍ରକାଶ କରିଛନ୍ତି । Advertisement
ମମିତା ହତ୍ୟାକାଣ୍ଡ ତାତି ଅନୁଗୁଳରେ – ବିଜେପି ଯୁବମୋର୍ଚ୍ଚାର ଏସପି ଅଫିସ ଆଗରେ ପୁଲିସ ସହ ଧସ୍ତାଧସ୍ତି ଅନୁଗୁଳ – କଳାହାଣ୍ଡି ମହାଲିଙ୍ଗର ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ବିଜେଡି ସରକାରର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି(ଶୁକ୍ରବାର) ଅନୁଗୁଳ…
ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଖୁସି ମନାଇଲେ କର୍ମୀ ଅନୁଗୁଳ – ଭାରତ ବର୍ଷର ଅପ୍ରତିଦ୍ବନ୍ଦି ନେତା ତଥା ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପ୍ରିୟ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିନ ଆଜି ଅନୁଗୁଳର ବିଭିନ୍ନ ସ୍ଥାନରେ ପାଳନ…
ସମର୍ପଣ ଏକାଡେମୀର ତୃତୀୟ କ୍ୟାମ୍ପସ୍ ଉଦ୍ଘାଟିତ ଅନୁଗୁଳ – ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ସମର୍ପଣ ଏକାଡେମୀ’ର ତୃତୀୟ କ୍ୟାମ୍ପସ୍ ଗୁରୁବାର ଅନୁଗୁଳ ସହରର ମାଟିଆସାହି ଠାରେ ଉଦ୍ଘାଟିତ ହୋଇଛି । ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର…