ଟ୍ରକ ମାଲିକ ସଂଘ ନିର୍ବାଚନ – ସଭାପତି ଭାବେ ଅମ୍ବିକା ଓ ଅକ୍ଷୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ

ଅନୁଗୁଳ- ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର ନିର୍ବାଚନର ଫଳାଫଳ ଘୋଷଣା ହୋଇ ଯାଇଛି । ରବିବାର ଦିନ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ନିର୍ବାଚନରେ ସଭାପତି ଭାବେ ଅମ୍ବିକା ପ୍ରସାଦ ଭଟ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଭୁତି ପ୍ରସାଦ ଦାସଙ୍କ ଠାରୁ ୨୧ ଖଣ୍ଡ ଅଧିକ ଭୋଟରେ ବିଜୟ ଲାଭ କରିଥିବାବେଳେ ସାଧାରଣ ସମ୍ପାଦକ ଭାବେ ଅକ୍ଷୟ କୁମାର ସାମନ୍ତ ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ସନ୍ତୋଷ ଦାସଙ୍କ ଠାରୁ ୨୩ ଖଣ୍ଡ ଅଧିକ ଭୋଟ ପାଇ ବିଜୟ ହାସଲ କରିଛନ୍ତି । ସେହିପରି ଉପସଭାପତି(୧)ଭାବେ ଅମରେଶ ଚନ୍ଦ୍ର ସ୍ୱାଇଁ , ଉପସଭାପତି(୨) ଭାବେ ଅଶୋକ କୁମାର ଦଳବେହେର ଏବଂ କୋଷାଧ୍ୟକ୍ଷ ଭାବେ ରଜତ କୁମାର ମହାପାତ୍ର ବିଜୟ ଲାଭ କରିଛନ୍ତି । ସେହିପରି ସହ ସମ୍ପାଦକ ଭାବେ ଗୌତମ ସାହୁ , ବିଜୟ ଦେହୁରୀ , ଜିତେନ୍ଦ୍ର କୁମାର ସାହୁ ଓ କେଶବ ଚନ୍ଦ୍ର ବେହେରା ବିଜୟ ଲାଭ କରିଛନ୍ତି । ଟ୍ରକ ମାଲିକ ସଂଘର ଏହି ନିର୍ବାଚନ ପ୍ରକ୍ରିୟାକୁ ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ପଟ୍ଟନାୟକ ଏବଂ ତାଙ୍କ ସହଯୋଗୀ ମାନେ ପରିଚାଳନା କରିଥିଲେ । ତେବେ ଟ୍ରକ ମାଲିକ ସଂଘର ଏହି ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନୁଗୁଳ ପୁଲିସ ପକ୍ଷରୁ ବ୍ୟାପକ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା । ସରକାରଙ୍କ ନିର୍ବାଚନ ଗାଇଡ଼ ଲାଇନ ଅନୁସାରେ ସଂଘ ପକ୍ଷରୁ ସମସ୍ତ ପଦକ୍ଷେପ ନିଆ ଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page