ତାଳଚେର – ସାହାଯ୍ୟ କରିବାକୁ ଯୁବକଙ୍କୁ ଡାକି ଲୁଟି ନେଲେ ଟଙ୍କା ଓ ସୁନାଚେନ । ଏହି ଲୁଟ ଘଟଣାର ପର୍ଦାଫାସ କରି ଘଟଣାରେ ଜଣେ ଯୁବତୀଙ୍କ ସହ ଜଣେ ଯୁବକଙ୍କୁ ଗିରଫ କରିଛି କୋଲିୟାରୀ ପୁଲିସ । ଘଟଣାରେ ସମ୍ପୃକ୍ତି ଥିବା ଅନ୍ୟ ଜଣେ ଯୁବକ ଫେରାର ଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ନିକଟରୁ ୧୦ ହଜାର ଟଙ୍କା ଗୋଟିଏ ସୁନା ଚେନ ସହ ଗୋଟିଏ ସ୍କୁଟି ଓ ଦୁଇଟି ମୋବାଇଲ ଫୋନ ଜବତ କରିଛି ପୁଲିସ ।
ସୂଚନା ଅନୁସାରେ , ମହିଳା ଜଣଙ୍କ ଅଭିଯୋଗକାରୀଙ୍କ ସୁନା ଚେନ ଓ ଟଙ୍କା ଦେଖି ପ୍ରଲୋଭିତ ହୋଇ ତାଙ୍କୁ ରାସ୍ତାରେ ଅଟକାଇ ତାଙ୍କ ମୋବାଇଲ ହଜିଥିବା କଗୁବା ସହ ଅଭିଯୋଗକାରୀଙ୍କ ଠାରୁ ମୋବାଇଲ ଆଣି ଫୋନ କରିଥିଲେ । ପରେ ପୁଣି ମହିଳା ଜଣକ ତାଙ୍କ ଫୋନ ମିଳିଥିବା କହି ତାଙ୍କୁ ତାଳଚେର ଡାକି ତାଙ୍କ ଘରେ ନେଇ ଛାଡି ଦେବାକୁ କହିଥିଲେ । ଯୁବକ ଜଣକ ଆସି ପହଁଚିବା ପରେ ଯୁବତୀଙ୍କ ସହ ଦୁଇ ଯୁବକ ତାଙ୍କୁ ମାରଣାସ୍ଟ ଦେଖାଇ ଟଙ୍କା ଓ ସୁନାଚେ ଲୁଟିନେଲେ । ପରେ ଅଭିଯୋଗକାରୀ ଜୀବନ ବିକଳରେ ଦୌଡି ପଳାଇଆସି ତାଳଚେର କୋଲିୟାରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏନେଇ ତାଳଚେର କୋଲିୟାରୀ ପୁଲିସ ଘଟଣାର ତଦନ୍ତ କରି ଜଣେ ଯୁବକ ଓ ଯୁବତୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉଭୟ ଅଭିଯୁକ୍ତ କଣିହାଁ ଅଞ୍ଚଳର ବୋଲି ପୁଲିସ ସୂତ୍ରରୁ ଜଣାପଡିଛି।