ମୁଖ୍ୟ ଖବର ଦୁର୍ଘଟଣାରେ ଦୁଇ ଭାଇ ମୃତ Angul OnlineMarch 8, 2024March 8, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲ ଦୈ ଯାଇଥିବା ଜାତୀୟ ରାଜପଥ ୫୫ ର ଜରପଡା ଥାନା ତୁକୁଡ଼ା ଠାରେ ବୁଧବାର ରାତି ପ୍ରାୟ ୧୧ ଟା ବେଳକୁ ଏକ ଟ୍ରକ୍ ପଛରେ ମୋଟରସାଇକେଲ ପିଟି ହୋଇ ଯିବାରୁ ଦୁଇ ଭାଇଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ସୁଚନା ଅନୁସାରେ ତୁକୁଡା ମାହରସାହିର ନିରଞ୍ଜନ ମାହାରଙ୍କ ଦୁଇ ପୁଅ ସଞ୍ଜୟ ମାହାର ଓ ସରୋଜ ମାହାର ଟଙ୍କା ଉଠାଇବାକୁ ଜରପଡା ଏଟିଏମ୍ କୁ ମୋଟରସାଇକେଲରେ ଆସୁଥିବା ବେଳେ ଦୃତ ଗତି ଯୋଗୁଁ ଭାରସାମ୍ୟ ହରାଇ ଏକ ଟ୍ରକ୍ ପଛରେ ପିଟି ହୋଇଯାଇଥିଲେ । ଦୁର୍ଘଟଣା ଫଳରେ ଦୁଇ ଭାଇଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବ ଦୁଇଟିକୁ ବ୍ଯବଛେଦ କରି ତଦନ୍ତ କରୁଛି । ଦୁଇ ଭାଇଙ୍କ ମୃତ୍ୟୁ ରେ ଗାଁରେ ଶୋକର ଛାୟା ଖେଳି ଯାଇଛି । Advertisement
ଶୀଘ୍ର ସାର ଜାତୀୟ ରାଜପଥ ୫୫ କାର୍ଯ୍ୟ – ମୁଖ୍ୟ ଶାସନ ସଚିବ ଅନୁଗୁଳ – ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ବଲପୁର ଜିଲ୍ଲା ଗସ୍ତ କରି କଟକ – ସମ୍ବଲପୁର ଜାତୀୟ ରାଜପଥ ( ଏନ୍ଏଚ୍…
ଡିଜେ ବନ୍ଦ କରିବାରୁ ପୁଲିସକୁ ଆକ୍ରମଣ – ଘଟଣାରେ ୭ ଅଟକ ଅନୁଗୁଳ – ବିଳମ୍ବିତ ରାତି ଯାଏଁ କାର୍ତ୍ତିକେଶ୍ବର ପୂଜା ଭଷାଣି ଉତ୍ସବ ଚାଲୁଥିବା ବେଳେ ଅଭିଯୋଗ ପାଇ ଯାଇଥିବା କିଛି ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୭…
ମାଉଜର ଦେଖାଇ ବଟି ଆଦାୟ – ନାବାଳକ ସହ ୩ ଜଣକୁ କାବୁ କଲା ପୁଲିସ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଏନ୍ଟିପିସି ପାଉଁଶ ପୋଖରୀରେ ନିୟୋଜିତ ଏକ ଠିକାସଂସ୍ଥାର ସୁପରଭାଇଜର୍ଙ୍କୁ ମାଉଜର୍ ଓ ଭୁଜାଲି ଦେଖାଇ ୧୦ ହଜାର ଟଙ୍କା ବଟି…