ମୁଖ୍ୟ ଖବର ସଡକ ଦୁର୍ଘଟଣାରେ ମାମୁଁ ଭାଣିଜୀ ମୃତ Angul OnlineDecember 19, 2021December 19, 2021 ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶରଧାପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ମାମୁଁ-ଭାଣିଜୀ ବୋଲି ଜଣା ପଡିଛି । ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଗୁରୁତର ମଧ୍ୟ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ୫ ଟା ବେଳେ ରାଣିଗୁଡା ଗାଁର ପପୁ ସାହୁ ନାମକ ଜଣେ ଯୁବକ ତାଙ୍କ ମୋଟର ସାଇକେଲ ( OD 19 S 3633) ରେ ହୁଲୁରିସିଂହା ଗ୍ରାମରୁ ତାଙ୍କ ନାନୀ ପଦ୍ମିନୀ ସାହୁ ଓ ଭାଣିଜୀ ଶ୍ରାବଣୀ ଓ ଗାୟତ୍ରୀ ସାହୁଙ୍କୁ ନେଇ ବାଳୁଅକଟା ଭୋଜି କରିବାକୁ ଯାଇଥିଲେ । ସେଠାରୁ ଭୋଜି କରି ଗୋଟିଏ ମୋଟରସାଇକେଲରେ ୪ ଜଣ ଫେରୁଥିବା ବେଳେ ଶରଧାପୁର ନିକଟରେ ଥିବା ଏକ ଘରୋଇ କଲେଜ ସମ୍ମୁଖରେ ଏକ ମାଲବାହୀ ଅଟୋ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ଫଳରେ ରାସ୍ତା ଉପରେ ସେମାନେ ଛିଟିକି ପଡିବା ସହ ଘଟନା ସ୍ଥଳରେ ପପୁ ଓ ତାଙ୍କ ବଡ଼ ଭାଣିଜୀ ଗାୟତ୍ରୀଙ୍କର ମୃତ୍ୟୁ ହୋଇଥିଲା ପପୁଙ୍କ ଭଉଣୀ ପଦ୍ମିନୀ ଓ ସାନ ଝିଅ ଶ୍ରାବଣୀ ଗୁରୁତର ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେରେ ଭର୍ତ୍ତି କରିଥିଲେ । ଖବର ପାଇ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ମୋଟରସାଇକେଲ ଓ ମୃତ ଦେହକୁ ଜବତ କରି ତଦନ୍ତ ଚଳାଇଛି । ଘଟଣା ସ୍ଥଳରୁ ଅଟୋ ଟି ଫେରାର ହୋଇ ଯାଇଥିବା ଜଣା ପଡ଼ିଛି । Advertisement
ନାଲକୋକୁ ପାଣି ଓ କୋଇଲା ଯୋଗାଣ ବନ୍ଦ କରିବାକୁ ଚେତାବନୀ ଅନୁଗୁଳ – ନାଲକୋ ଦ୍ବାରା କ୍ଷତିଗ୍ରସ୍ତ ୩ଟି ବିଧାନସଭା କ୍ଷେତ୍ର ତଥା ୩୯ଟି ଗ୍ରାମ ଏବଂ ନାଲକୋ ପ୍ରେରିତ ସ୍ପୋନସର୍ଡ ଆଇ.ଟି.ଆଇ ( ଏଲ୍.ଏ.ପି ) ୧୯୮…
ଟ୍ରକ ଧକ୍କାରେ ଉଦୀୟମାନ କ୍ରିକେଟ ଖେଳାଳି ମୃତ ଅନୁଗୁଳ – ଅନୁଗୁଳ ଥାନା ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ଉଦୀୟମାନ କ୍ରିକେଟ ଖେଳାଳି ତଥା ଛାତ୍ରଙ୍କରର ମୃତ୍ୟୁ ହୋଇଛି । ସୁଚନା ଅନୁସାରେ…
ଅଭିଯୋଗ ଶୁଣାଣି ପାଲଟିଛି ପ୍ରହସନ – ଆସୁ ନାହାନ୍ତି ଅଧିକାରୀ ଛେଣ୍ଡିପଦା – ଲୋକମାନଙ୍କ ସୁବିଧା ଅସୁବିଧା ଦୂର କରିବା ଏବଂ ସରକାରୀ କଳର ସ୍ବଚ୍ଛତା ପାଇଁ ରାଜ୍ୟସରକାର ପ୍ରତ୍ୟେକ ପଞ୍ଚାୟତରେ ଲୋକ ମାନଙ୍କ ଅଭିଯୋଗ ଗ୍ରହଣ କରିବା…