ଆଞ୍ଚଳିକ ୧୫୮ ୟୁନିଟ ରକ୍ତ ସଂଗ୍ରହ Angul OnlineDecember 20, 2021December 20, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଶଳା ଠାରେ ବିଜୁ ଯୁବ ଜନତା ଦଳ ଓ ଓଡିଶା ମୋ ପରିବାର ମିଳିତ ଆନୂକୁଲ୍ୟରେ ଏକ ରକ୍ତଦାନ ଶିବୀର ଆୟୋଜିତ ହୋଇ ଯାଇଛି । ବିଧାୟକ ଛେଣ୍ଡିପଦା ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ତ୍ବରେ ଆୟୋଜିତ ଏହି ଶିବୀରରେ ୧୫୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ କୁନୁ ବିହାରୀ ଦାସ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଏହି ରକ୍ତଦାନ ଶିବିରରେ ମୂଖ୍ୟ ଅତିଥୀ ଭାବେ ଓଡିଶା ମୋ ପରିବାରର ରାଜ୍ୟ ସଂଯୋଜକ ଅରୂପ ପଟ୍ଟନାୟକ ସାମିଲ ହୋଇ ଓଡିଶା ମୋ ପରିବାରର ଆଭିମୂଖ୍ୟ ବିଷୟରେ ସୂଚନା ଦେବା ସହ ରାଜ୍ୟରେ ରକ୍ତ ଅଭାବ ଯୋଗୁଁ କାହାରି ଜୀବନ ନ ଯିବା ପାଇଁ ରାଜ୍ୟ ସରକାର ଚେଷ୍ଟିତ ଅଛନ୍ତି । ବର୍ଷକୁ ଏକ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ ଲକ୍ଷ ନେଇ ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ କରା ଯାଉଛି । ଏଥିପାଇଁ ରକ୍ତ ସଂଗ୍ରହ କରି ରକ୍ତ ଭଣ୍ଡାରରେ ରଖିବା ପାଇଁ ଚେଷ୍ଟା କରିବାକୁ ବିଜୁ ଜନତା ଦଳ ଚେଷ୍ଟା କରି ଆସୁଛି । ମୁଖ୍ୟତଃ ଅସହାୟ ଓ ବିକଳାଙ୍ଗ ଲୋକ ମାନଙ୍କୁ ସହଯୋଗର ହାତ ବଡ଼ାଇବା ପାଇଁ ଆହ୍ବାନ କରିଥିଲେ । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥୀ ଭାବେ ବିଜୁ ଯୁବ ଜନତା ଦଳର ରାଜ୍ୟ ମହାସଚିବ ଏଲିନା ଦାସ୍ ଉପସ୍ଥିତ ରହି ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ କରୋନା ମହାମାରୀ ସମୟରେ ଅନୁଗୋଳ ବିଜୁ ଯୁବ ଜନତା ଦଳର ବ୍ୟାପକ ରକ୍ତଦାନ କାର୍ଯ୍ୟକ୍ରମ ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ପାଇଁ ସାଧୁବାଦ ଜଣାଇ ଥିଲେ । ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ, ଉପସଭାପତି ସତ୍ୟବ୍ରତ ଦେହୁରୀ ଓ ବ୍ଲକ ଯୁବ ସଭାପତି ଆଶିଷ କୁମାର ପ୍ରଧାନଙ୍କ ତତ୍ତ୍ବାବଧନରେ ଏହି ଶିବୀର ଆୟୋଜିତ ହୋଇଥିଲା । Advertisement
ନାବାଳିକା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତକୁ ଦାବିରେ ଜିଲ୍ଲା କଂଗ୍ରେସର ଗଣଧାରଣା ଅନୁଗୁଳ – ଗତ ୭ ତାରିଖ ଦିନ ଅନୁଗୁଳ ସଦର ମହକୁମାଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଥିବା ବାଳୁଅକଟା ପଞ୍ଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମରେ ଘଟିଯାଇଥିବା…
ନାଲକୋ ପରିପାର୍ଶ୍ବିକ ଗ୍ରାମରେ ପାନୀୟ ଜଳ ଯୋଗାଣ ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ତରଫରୁ ପାରିପାର୍ଶ୍ଵିକ ଗ୍ରାମରେ ବୁଧବାର ପାନୀୟ ଜଳ ଯୋଗାଣ ଆରମ୍ଭ କରାଯାଇଛି । ଜଳକ୍ଳିଷ୍ଟ ପରିପାର୍ଶ୍ବିକ ଗ୍ରାମମାନଙ୍କରେ ପାନୀୟ ଜଳ…
ସମର୍ପଣ ଏକାଡେମୀର ତୃତୀୟ କ୍ୟାମ୍ପସ୍ ଉଦ୍ଘାଟିତ ଅନୁଗୁଳ – ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ସମର୍ପଣ ଏକାଡେମୀ’ର ତୃତୀୟ କ୍ୟାମ୍ପସ୍ ଗୁରୁବାର ଅନୁଗୁଳ ସହରର ମାଟିଆସାହି ଠାରେ ଉଦ୍ଘାଟିତ ହୋଇଛି । ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର…