ହରିମଉରୀ ଛକରେ ଭୁଜାଲି ମାଡରେ ଦୁଇ ଭାଇ ଗୁରୁତର

ଅନୁଗୁଳ – ଅନୁଗୁଳ ସହରର ହରିମଉରୀ ଛକ ଠାରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ । ଗଣ୍ଡଗୋଳ ବେଳେ ଭୁଜାଲି ମାଡରେ ଦୁଇ ଭାଇ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ ଭାଇ ହେଲେ ସୌରଭ ବାସାକ ଏବଂ ସୌଭାଗ୍ୟ ବାସାକ । ଏମାନଙ୍କ ମଧ୍ୟରୁ ସୌଭାଗ୍ୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ତେବେ ଏହି ଗଣ୍ଡଗୋଳ ଏବଂ ଆକ୍ରମଣର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଆମ୍ବୁଲାନ୍ସ ଗାଡି ବେପାରକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଏହି ଦୁଇଭାଇଙ୍କୁ ଆକ୍ରମଣ କରିଥିବା ଗୋଷ୍ଠୀଙ୍କ ମଧ୍ୟରୁ ଜଣେ ଯୁବକ ମଧ୍ୟ ଆହତ ହୋଇଥିବା ଜଣା ପଡ଼ିଛି । ଅନୁଗୁଳ ଟାଉନ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page