ଅପରାଧ ଗୋ ହତ୍ୟା ଅଭିଯୋଗରେ ୩ ଗିରଫ Angul OnlineSeptember 6, 2022September 6, 2022 ଅନୁଗୁଳ – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମଙ୍ଗଳବାର ଗୋ ହତ୍ୟା ଅଭିଯୋଗରେ ପରଙ୍ଗ ଗ୍ରାମରୁ ୩ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି । ଘଟଣାରୁ ପ୍ରକାଶ ପରଙ୍ଗ ଗ୍ରାମର ଅବିନାଶ ନାଏକଙ୍କର ଗୁହାଳରୁ ଏକ ଗୋରୁ ସୋମବାର ରାତିରେ ଚୋରୀ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ପରଙ୍ଗ ଗ୍ରାମର କିଷନ ଗୋଛାୟତ ,ଶରତ ଗୋଛାୟତ ଓ ରିମା ଗୋଛାୟତ ଏକ କଡେଇରେ କିଛି ମାଂସ ରାନ୍ଧୁଥିବା ବେଳେ କିଛି ଅନ୍ତନଳି , ପାକସ୍ଥଳୀ ଆଦି ଏକ ପାତ୍ରରେ ରଖିଥିବା ଦେଖିଥିଲେ । ଏହା ଦେଖି ଗ୍ରାମରକ୍ଷି ଓ ଗ୍ରାମ ସଭାପତିଙ୍କୁ ସେହି ସ୍ଥାନକୁ ଡାକି ନେଇ ଆସିଥିଲେ । ସେମାନେ ପଚାରିବାରୁ ଚୋରୀ କରି ଆଣି ଗ୍ରାମ ନିକଟସ୍ଥ ନାଳ ନିକଟରେ ଗୋରୁକୁ ହତ୍ୟାକରି କିଛି ମାଂସ ନାଳରେ ଭସାଇ ଦେବା ସହିତ କିଛି ମାଂସ ଆଣି ରୋଷେଇ କରିଥିବା ପ୍ରକାଶ କରିଥିଲେ । ଏ ନେଇ ଅବିନାଶ ନାଏକ ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ପରଙ୍ଗ ଗ୍ରାମରେ ଚଢାଉ କରି କିଷାନ ,ରିମା ଓ ଶରତକୁ ଗିରଫ କରି କୋର୍ଟ ଚାଲଣ କରିଛି । Advertisement
ମଦ ଦୋକାନରୁ ଲକ୍ଷାଧିକ ଟଙ୍କା ଆତ୍ମସାତ କରି କର୍ମଚାରୀ ଗିରଫ ଅନୁଗୁଳ – ମଦ ଦୋକାନରୁ ଟଙ୍କା ଆତ୍ମସାତ ଅଭିଯୋଗରେ ସେହି ମଦ ଦୋକାନର ଜଣେ କର୍ମଚାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସମ୍ପୃକ୍ତ…
ଘରେ ପଶି ଲକ୍ଷାଧିକ ଟଙ୍କା ସହ ଲକ୍ଷେ ଟଙ୍କାର ଚୁଟି(ବାଳ) ନେଇ ଫେରାର ହୋଇଗଲେ ଦୁର୍ବୃତ୍ତ ଛେଣ୍ଡିପଦା – ଅନୁଗୋଳ ବାଗଡ଼ିଆ ଥାନା ଅଞ୍ଚଳରେ ଲୁଟ୍ । ୪ ବ୍ୟବସାୟୀ ରହୁଥିବା ଘରେ ପଶି ଲକ୍ଷାଧିକ ଟଙ୍କା ଲୁଟ୍ କରିବା ସହ ଏକ ବସ୍ତା…
ନାବାଳିକା ଦୁଷ୍କର୍ମକାରୀକୁ ସଶ୍ରମ କାରାଦଣ୍ଡାଦେଶ ଅନୁଗୁଳ – ୨୦୧୯ ମସିହାରେ ଆଠମଲ୍ଲିକ ଥାନା ଅଞ୍ଚଳରେ ଘଟିଥିବା ଏକ ନାବଳିକା ବଳାତ୍କାର ମାମଲାର ରାୟ ଶୁକ୍ରବାର ଅଚିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର…