୮ ଗ୍ରାମରୁ ଉର୍ଦ୍ଧ ବ୍ରାଉନ ସୁଗାର ସହ ଦୁଇ ବ୍ରାଉନସୁଗାର ବେପାରୀ ଗିରଫ

ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନାର ନାଲକୋ ଆଲୁମିନିୟମ ପାର୍କ ଅଞ୍ଚଳରୁ ଦୁଇ ବ୍ରାଉନସୁଗାର ବେପାରୀ କାବୁ କରିବାରେ ସଫଳତା ପାଇଚି ବଅଁରପାଳ ପୁଲିସ । ସେମାନଙ୍କ ନିକଟରୁ ୮ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିବା ସହ ଏକ ସ୍କୁଟି ଜବତ କରାଯାଇଛି ।

ସୂଚନା ଅନୁସାରେ , ବୁଧବାର ଅପରାହ୍ନ ୧୨ ଘଟିକା ସମୟରେ ବଅଁରପାଳ ପୁଲିସ ଗାଢରଖାଇସ୍ଥିତ ନାଲକୋ ଆଲୁମିନିୟମ ପାର୍କ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଥିଲେ କି ଦୁଇ ବ୍ରାଉନସୁଗାର ବେପାରି ଗ୍ରାହକକୁ ଅପେକ୍ଷା କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକ କାବୁ କରି ନେଇଥିଲା । ଦୁଇ ଯୁବକ ହେଲେ କାଙ୍ଗୁଲା ଗ୍ରାମର ଲୀପନ ସାହୁ ଓ ତନ୍ମୟ ସେଠୀ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ଠାରୁ ୮ ଗ୍ରାମରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ କରିବା ସହ ବ୍ୟବହୃତ ଏକ ଆକ୍ଟିଭା ସ୍କୁଟର୍ ଜବତ କରିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page