ମୁଖ୍ୟ ଖବର ବସ ପଛରେ ବାଡେଇ ହୋଇ ଦୁଇ ମୃତ Angul OnlineNovember 25, 2022November 25, 2022 ପାଲଲହଡା – ଅନୁଗୁଳ ଜିଲ୍ଲାରେ ସଡକ ଦୁର୍ଘଟଣାରେ ପୁଣି ଦୁଇ ଜଣଙ୍କ ଜୀବନ ଯାଇଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଖମାର ଥାନା ଖେମଳା ନିକଟରେ ଏକ ବସ ପଛରେ ଏକ ମୋଟରସାଇକେଲ ବାଡେଇ ହେବା ଫଳରେ ଦୁଇ ମୋଟରସାଇକେଲ ଆରୋହି ଗୁରୁତର ହୋଇ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଢେଙ୍କାନାଳ ଡାକ୍ତରଖାନାରେ ଏବଂ ଅନ୍ୟ ଜଣଙ୍କୁ କଟକ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ମୃତକ ଦୁଇଜଣ ହେଲେ ଶିବ କୁମାର ରାଉଳ ଓ ସୂର୍ଯ୍ୟ କୁମାର ରାଉତ । ଉଭୟ ମେଡ଼ିସିନ ରିପ୍ରେଜେଣ୍ଟିଭ ହୋଇଥିବା ବେଳେ ପାଲଲହଡା ଅଞ୍ଚଳରୁ କାମ ସାରି ଦିନ ପ୍ରାୟ ୧୧.୩୦ ବେଳେ ଖମାର ଆଡ଼କୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । Advertisement
ବେଆଇନ ମାଟି ଚାଲାଣ ବେଳେ ତହସିଲଦାରଙ୍କ ଚଢାଉ – ୨ ଲକ୍ଷ ଟଙ୍କା ଜୋରିମାନା ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲା ନିକଟରୁ ବେଆଇନ ଭାବେ ମାଟି ଖୋଲି ଚାଲାଣ କରା ଯାଉଥିବା ବେଳେ ଖବର ପାଇ ଅନୁଗୁଳ ତହସିଲଦାର ସଦଳେବଲେ…
ଗାଁକୁ ନ ଯାଇ କମ୍ପାନୀ କରୁଛି ଡ୍ରୋନ ସର୍ଭେ – ଥାନା ଘେରିଲେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଜିଏମଡିସି କମ୍ପାନୀର ପ୍ରସ୍ତାବିତ ଖଣି ଅଞ୍ଚଳରେ ଡ୍ରୋନ ମାଧ୍ୟମରେ କମ୍ପାନୀ ସର୍ଭେ କରୁଥିବାବେଳେ ଏହାକୁ ନେଇ କ୍ଷତିଗ୍ରସ୍ତ ଗ୍ରାମବାସୀ ବିରୋଧ…
ଦଶହରାରୁ ଦୀପାବଳୀ – ମାଇକ ଓ ବାଣ ଉପରେ କଟକଣା ଅନୁଗୁଳ – ଆସନ୍ତା ପୂଜା ପର୍ବାଣୀରେ ଉଚ୍ଚ ସ୍ବରରେ ମାଇକ ବାଜିବା ଓ ବାଣ ଫୁଟିବା ଉପରେ ଲାଗିଲା ଲଗାମ । ଆସନ୍ତା ଦୁର୍ଗାପୂଜା , ଲକ୍ଷ୍ମୀ…