ମୁଖ୍ୟ ଖବର ଟ୍ରକ ଧକ୍କାରେ ଦୁଇ ମୃତ Angul OnlineDecember 21, 2022December 21, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପଵିତ୍ରମୋହନ ଛକ ନିକଟରେ ଦୁର୍ଘଟଣା । ଟ୍ରକ ଧକ୍କାରେ ଦୁଇ ମୋଟରସାଇକେଲ ଆରୋହି ମୃତ । ମୃତକ ମଧ୍ୟରୁ ଜଣେ ପରଜଙ୍ଗ ଖାଲପାଳ ଅଞ୍ଚଳର ଭାଗିରଥି ମହାନ୍ତି ହୋଇଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ଅସ୍ପଷ୍ଟ ରହିଛି । ତେବେ ଉଭୟ ବାଇକ ଯୋଗେ ତାଳଚେର ଅଞ୍ଚଳକୁ ଗାଡିର କିଛି ଯନ୍ତ୍ରାଂଶ କିଣିବାକୁ ଆସୁଥିବା ବେଳେ ପବିତ୍ରମୋହନ ଛକ ଠାରେ ତାଙ୍କୁ ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଯିବା ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରେ ଟ୍ରକକୁ ଛାଡି ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକ ପହଞ୍ଚି କ୍ଷତି ପୂରଣ ଦାବିରେ ଟାୟାର ଜାଳି ୪୯ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ସହସହ ଗାଡି ମୋଟର ଅଟକି ରହିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ତାଳଚେର ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରୀରଖିଛି । Advertisement
ରେଙ୍ଗାଳି ଖୋଲିଲା ଦୁଇଟି ଗେଟ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଥିବା ଓଡିଶାର ଦ୍ବିତୀୟ ବୃହତ୍ତମ ଜଳଭଣ୍ଡାର ରେଙ୍ଗାଳି ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି । ଏଥିପାଇଁ…
କାର ତଳେ ଚାପି ହୋଇଗଲା ଅଟୋ – ତିନି ମୃତ , ତିନି ଗୁରୁତର ଅନୁଗୁଳ – ଅଟୋ କାର ମୁହାମୁହିଁ ଧକ୍କା ହେବା ସହ ଅଟୋକୁ ଘୋଷାଡି ନେଲା କାର । ଯାହା ଫଳରର ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…
ଋଣ ସୁଝି ପାରିଲେ ନାହିଁ – ହାତ ବାନ୍ଧି ଚପଲ ପିନ୍ଧାଇଲେ ମହିଳା – ଭିଡିଓ ଭାଇରାଲ ଅନୁଗୁଳ – ଋଣ ସୁଝି ନ ପାରିବାରୁ ଜଣେ ମହିଳାଙ୍କୁ ଗାଁରେ ବୈଠକ କରାଯାଇ ବେକରେ ଚପଲ ମାଳ ପକାଇ ବୁଲାଇବା ପରି ଏକ ଅଭାବନୀୟ ଘଟଣା…