ମୁଖ୍ୟ ଖବର ମାଛ ମାରିବା ହେଲା କାଳ – ଛିଣ୍ଡିଲା ଦୁଇ ହାତ Angul OnlineAugust 6, 2022August 6, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ପାଇକସାହି ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ମାଛ ମାରିବା ବେଳ ଜଣେ ବ୍ୟକ୍ତିଙ୍କର ଦୁଇ ହାତ ଛିଣ୍ଡି ଯାଇଛି । ସୂଚନା ଅନୁସାରେ ପାଇକସାହିର ଗଣେଶ୍ଵର ଥମ୍ବ ନାମକ ଜଣେ ବ୍ୟକ୍ତି ତାଳଚେର ଜଗନ୍ନାଥ ମନ୍ଦିର ସାମ୍ନା ଦେଇ ବହି ଯାଇଥିବା ବ୍ରାହ୍ମଣୀ ନଦୀକୁ ମାଛ ମାରିବାକୁ ଯାଇଥିଲେ । ଗଣେଶ୍ଵର ଡିନାମାଇଟ ସାହାଯ୍ୟରେ ମାଚା ମାରିବାକୁ ଉଦ୍ୟମ କରୁଥିବା ବେଳେ ଅସାବଧାନତା ବଶତଃ ଡିନାମାଇଟ ଫୁଟି ଯାଇଥିଲା । ଫଳରେ ଗଣେଶ୍ଵରଙ୍କ ଦୁଇ ହାତ ପାପୁଲି ଛିଣ୍ଡି ଯାଇଥିଲା । ସେଠାରେ ସେ ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରା ଯାଇଥିବା ଜଣା ପଡିଛି । Advertisement
ସେଦିନ ମୋତେ ପାପ ଛୁଇଁଥିଲା – ସହିଦଙ୍କ ପତ୍ନୀ ଶିବାଙ୍ଗୀ ଅନୁଗୁଳର ଯୋଦ୍ଧା ସନ୍ତାନ ସହିଦ ରାଣା ପ୍ରତାପଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇସାରିଛି । ପତ୍ନୀ ଶିବାଙ୍ଗୀ ସିଂହ ପ୍ରଥମଥର ପାଇଁ ଅନୁଗୁଳ ଅନଲାଇନକୁ ପ୍ରତିକ୍ରିୟା ଦେଇଛନ୍ତି ।…
କେନାଲରେ ଭାସିଗଲେ ବୋଲବମ ଭକ୍ତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଜଣେ ବୋଲବମ ଭକ୍ତ ପାଣି ଉଠାଇବାକୁ ଯାଇଥିବା ବେଳେ ପାଣିରେ ଭାସି ଯାଇ ନିଖୋଜ ଅଛନ୍ତି । ଯୁବକ…
କାର ଓଲଟି ଜଣେ ମୃତ – ଦୁଇ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା କୁଇଓଠାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ…