ମୁଖ୍ୟ ଖବର ମାଛ ମାରିବା ହେଲା କାଳ – ଛିଣ୍ଡିଲା ଦୁଇ ହାତ Angul OnlineAugust 6, 2022August 6, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ପାଇକସାହି ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ମାଛ ମାରିବା ବେଳ ଜଣେ ବ୍ୟକ୍ତିଙ୍କର ଦୁଇ ହାତ ଛିଣ୍ଡି ଯାଇଛି । ସୂଚନା ଅନୁସାରେ ପାଇକସାହିର ଗଣେଶ୍ଵର ଥମ୍ବ ନାମକ ଜଣେ ବ୍ୟକ୍ତି ତାଳଚେର ଜଗନ୍ନାଥ ମନ୍ଦିର ସାମ୍ନା ଦେଇ ବହି ଯାଇଥିବା ବ୍ରାହ୍ମଣୀ ନଦୀକୁ ମାଛ ମାରିବାକୁ ଯାଇଥିଲେ । ଗଣେଶ୍ଵର ଡିନାମାଇଟ ସାହାଯ୍ୟରେ ମାଚା ମାରିବାକୁ ଉଦ୍ୟମ କରୁଥିବା ବେଳେ ଅସାବଧାନତା ବଶତଃ ଡିନାମାଇଟ ଫୁଟି ଯାଇଥିଲା । ଫଳରେ ଗଣେଶ୍ଵରଙ୍କ ଦୁଇ ହାତ ପାପୁଲି ଛିଣ୍ଡି ଯାଇଥିଲା । ସେଠାରେ ସେ ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରା ଯାଇଥିବା ଜଣା ପଡିଛି । Advertisement
ହାତୀ ଆକ୍ରମଣରେ ଯୁବକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବ୍ଲକ ପରା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକ ମୃତ । ମୃତକ ଜଣଙ୍କ ପରା ଗ୍ରାମର ସୋମନାଥ ସାହୁ…
ଦୁର୍ଘଟଣାରେ ପୂର୍ବତନ ବିଧାୟକ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ,ଝିଅ ଆହତ ଅନୁଗୁଳ –ଅନୁଗୁଳ ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ହଣ୍ଡପା ନିକଟରେ ଏକ ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସ୍ତ୍ରୀ ଉର୍ମିଳା…
ବିଦ୍ୟୁତ ଆଘାତରେ ଶ୍ରମିକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ପଶ୍ଚିମବଙ୍ଗରୁ ଆସି କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ପଶ୍ଚିମବଙ୍ଗ…