ମୁଖ୍ୟ ଖବର ମାଛ ମାରିବା ହେଲା କାଳ – ଛିଣ୍ଡିଲା ଦୁଇ ହାତ Angul OnlineAugust 6, 2022August 6, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ପାଇକସାହି ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ମାଛ ମାରିବା ବେଳ ଜଣେ ବ୍ୟକ୍ତିଙ୍କର ଦୁଇ ହାତ ଛିଣ୍ଡି ଯାଇଛି । ସୂଚନା ଅନୁସାରେ ପାଇକସାହିର ଗଣେଶ୍ଵର ଥମ୍ବ ନାମକ ଜଣେ ବ୍ୟକ୍ତି ତାଳଚେର ଜଗନ୍ନାଥ ମନ୍ଦିର ସାମ୍ନା ଦେଇ ବହି ଯାଇଥିବା ବ୍ରାହ୍ମଣୀ ନଦୀକୁ ମାଛ ମାରିବାକୁ ଯାଇଥିଲେ । ଗଣେଶ୍ଵର ଡିନାମାଇଟ ସାହାଯ୍ୟରେ ମାଚା ମାରିବାକୁ ଉଦ୍ୟମ କରୁଥିବା ବେଳେ ଅସାବଧାନତା ବଶତଃ ଡିନାମାଇଟ ଫୁଟି ଯାଇଥିଲା । ଫଳରେ ଗଣେଶ୍ଵରଙ୍କ ଦୁଇ ହାତ ପାପୁଲି ଛିଣ୍ଡି ଯାଇଥିଲା । ସେଠାରେ ସେ ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରା ଯାଇଥିବା ଜଣା ପଡିଛି । Advertisement
ହିଙ୍ଗୁଳା ମନ୍ଦିର ନିର୍ମାଣରେ ଅର୍ଥ ହେରଫେର ଖବର ମିଥ୍ୟା – ଉପଜିଲ୍ଲାପାଳ ତାଳଚେର – ଗତ ନଭେମ୍ବର ମାସ ୧୦ ତାରିଖ ରାତି ୧୦.୩୦ ମିନିଟ୍ ରେ ଓଟିଭି ଚାନେଲରେ ମା’ ହିଙ୍ଗୁଳା ମନ୍ଦିର ଉପରେ “ଯୋଜନାର ନା ହରିଲୁଟ”…
ଟ୍ରଲର ପଛରେ ବାଡେଇ ହୋଇ ମୋଟରସାଇକେଲ ଆରୋହୀ ମୃତ ଅନୁଗୁଳ – ଅନୁଗୁଳ ଜିଲା ଅନ୍ତର୍ଗତ ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଥାନା କତଡା ଠାରେ ଏକ ଟ୍ରଲର ପଛପଟରେ ଜଣେ ମୋଟରସାଇକେଲ ବାଡେଇ ଦୁର୍ଘଟଣାଗ୍ରସ୍ତ…
ପ୍ରେମ ପାଇଁ ଆତ୍ମହତ୍ୟା – ଅଧା ରାସ୍ତାରେ ଛାଡିଗଲେ ସାଙ୍ଗସାଥି ଅନୁଗୁଳ – ପ୍ରେମରେ ବିଫଳ ହୋଇ ଅନୁଗୁଳର ଆଉ ଜଣେ ଯୁବକ ପ୍ରାଣ ହରାଇଥିବା ଚର୍ଚ୍ଚା ହେଉଚ୍ଚି । ମୃତ ଯୁବକ ଜଣକ ଯୋରନ୍ଦା ଅଞ୍ଚଳର ଦୁଷ୍ମନ୍ତ…