ମୁଖ୍ୟ ଖବର ସିଲ ହେଲା ଦୁଇ ପ୍ରମୁଖ ରାସନ ଦୋକାନ – ୨୦ ହଜାର ଟଙ୍କା ଆଦାୟ Angul OnlineMay 31, 2021May 31, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ଏବେ ବି ଜିଲ୍ଲାରେ ଲକଡାଉନ ଓ ସାପ୍ତାହନ୍ତ ସଟଡାଉନ ଚାଲୁ ରହିଛି । ତେବେ ଏହି ସମୟରେ ମଧ୍ୟ କିଛି ଅମାନିଆ ନିୟମ ମାନୁ ନାହାନ୍ତି । ସକାଳ ସମୟରେ ଜରୁରୀ ଦୋକାନ ଖୋଲା ଯାଉଥିବା ବେଳେ ଦୋକାନରେ ନାହିଁ ନଥିବା ଭିଡ ମଧ୍ୟ ହେଉଛି । ଆଉ କିଛି ଦୋକାନୀ ଲୁଛାଛପାରେ ଦୋକାନ ଖୋଲି ବେପାର କରିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଅନୁଗୁଳ ପୁଲିସ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରିଛି । ବଜାର ଛକରେ ଥିବା ସୁମନ ଟ୍ରେଡ଼ର୍ସ ଓ ଲକ୍ଷ୍ମୀ ଟ୍ରେଡ଼ର୍ସରେ ବ୍ୟାପକ ଭିଡ ଥିବା ଯୋଗୁଁ ଏହି ଦୁଇ ଦୋକାନକୁ ସିଲ କରି ଦିଆ ଯାଇଛି । ସେହିପରି ଅନୁଗୁଳ ବଜାରରେ ଥିବା ଶୀତଳ ପ୍ଲାଜାରେ କିଛି ଦୋକାନୀ ଦୋକାନ ଖୋଲିଥିବା ଖବର ପାଇ ପୁଲିସ ଚଢାଉ କରିଥିଲା । ସେମାନଙ୍କୁ ପୁଲିସ ତାଗିଦ କରିବା ସହ ଜୋରିମନା କରିଥିଲା । ସହରର ବିଭିନ୍ନ ସ୍ଥାନରେ ଆଜି ଚଢାଉ କରି ଏଭଳି ଅମାନିଆଙ୍କ ଠାରୁ ୨୦ ହଜାର ଟଙ୍କା ଜୋରିମନା କରିଛି । Advertisement
ରେଞ୍ଜରଙ୍କ ମାଡରେ ବନ କର୍ମଚାରୀ ଗୁରୁତର ଅଭିଯୋଗ ପାଲଲହଡା – ରେଞ୍ଜରଙ୍କ ମାଡରେ ଜଙ୍ଗଲ ଜଗୁଆଳି ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଜଗୁଆଳିଙ୍କୁ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣା…
ହାତୀ ଆକ୍ରମଣରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ସାତକୋଶିଆ ଅଭୟାରଣ୍ୟ ନିକଟସ୍ଥ କରତପଟା ଫରେଷ୍ଟ ବିଟ ସମ୍ମୁଖରେ ଆଜି ଭୋରରେ…
ଚଳିତ ବର୍ଷ ୪ ଟନ ଓଜନର ଲଡୁ ହେବ ନିଲାମ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ବେଶ୍ ଧୁମଧାମରେ ପାଳିତ ହେଉଛି ଗଣପର୍ବ ଗଣେଶ ପୂଜା । ଯେଉଁଥିପାଇଁ ଚଳଚଞ୍ଚଳ ହୋଇଛି ପୁରା ସହର । ୨୭…