ମୁଖ୍ୟ ଖବର କେନାଲରେ ବୁଡି ଦୁଇ ନାବାଳକ ମୃତ Angul OnlineMay 31, 2023May 31, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗାଁରେ ଅଘଟଣ । କେନାଲରେ ଗାଧେଇବା ବେଳେ ପାଣିରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ । ସୂଚନା ଅନୁସାରେ ସମଲ ବ୍ୟାରେଜ ସମଲ ବ୍ୟାରେଜ୍ ର ଦକ୍ଷିଣ ଶାଖା କେନାଲର ଗୁରୁଜାଙ୍ଗ ଗ୍ରାମ ନିକଟସ୍ଥ କେନାଲକୁ ସେହି ଗାଁର ଓମପ୍ରକାଶ ପାଣି ଓ ସୌମ୍ୟ ରଞ୍ଜନ ପାଣି ଅନ୍ୟ ଜଣେ ନାବାଳକ ଗାଧେଇବାକୁ ଯାଇଥିଲେ । ତେବେ ଅସାବଧାନତା ବଶତଃ ଉଭୟ ଗଭୀର ପାଣିକୁ ଚାଲି ଯାଇଥିଲେ । ପାଣିରେ ବୁଡି ଯାଉଥିବା ଦେଖି ସାଙ୍ଗରେ ଥିବା ଅନ୍ୟ ଜଣେ ନାବାଳକ ଡାକ ପକେଇଥିଲେ । ଆଖପାଖରେ ଥିବା ଲୋକ ଦୌଡ଼ି ଆସି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ବହୁ ସମୟ ଖୋଜାଖୋଜି ପରେ ଉଭୟଙ୍କୁ ଉଦ୍ଧାର କରି ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି । Advertisement
ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ – ସ୍ନାତକରେ ୨ ଓ ପିଜିରେ ୧୦ ନୂଆ ବିଭାଗ ଅନୁଗୁଳ – ଅନୁଗୁଳ ଜିଲ୍ଲାର ସର୍ବପୁରାତନ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଗୌରବମୟ ଇତିହାସ ପୃଷ୍ଠାରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି…
ଆମ୍ବୁଲାନ୍ସ ଭିତରୁ ନାଗସାପ ଉଦ୍ଧାର ଛେଣ୍ଡିପଦା – ଆମ୍ବୁଲାନ୍ସ ଗାଡି ଭିତରେ ନାଗ । ଉଦ୍ଧାର କରିବାକୁ ସର୍ପ ଉଦ୍ଧାରକାରୀଙ୍କୁ ନାକେଦମ ହେବାକୁ ପଡିଲା । ସୂଚନା ଅନୁସାରେ ଗାଁ ଗାଁ ବୁଲି…
ରଘୁ ଆଉ ନାହିଁ ଅନୁଗୁଳ – କରୋନା ନେଲା ସାମ୍ବାଦିକଙ୍କ ଜୀବନ । ଅନୁଗୁଳ ଜିଲ୍ଲାରେ ବୈଦ୍ୟୁତିକ ଗଣମାଧ୍ୟମ ‘ଜି କଳିଙ୍ଗ’ ପାଇଁ କାର୍ଯ୍ୟରତ ସାମ୍ବାଦିକ ରଘୁନାଥ ସାହୁଙ୍କ ଶୁକ୍ରବାର ସକାଳେ…