ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଜଣେ ମୃତ ଦୁଇ ଗୁରୁତର

ଅନୁଗୁଳ – ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ପୁଲିସ ଟ୍ରେନିଂ କଲେଜ ସମ୍ମୁଖରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ସୁଚନା ଅନୁସାରେ, ଆଠମଲ୍ଲିକ ଅଞ୍ଚଳର ବଳଭଦ୍ର ବେହେରାଙ୍କ ପୁଅ ପ୍ରଦୀପ ବେହେରା ଏକ ମୋଟରସାଇକେଲରେ ଅନୁଗୁଳରୁ ନାଲକୋ ଅଞ୍ଚଳକୁ ଯାଉଥିବା ବେଳେ ତାଳଚେର ବ୍ଲକ ଅନ୍ତର୍ଗତ ସାଉଥବଲଣ୍ଡାର ରାକେଶ କୁମାର ବେହେରା ଓ ସୁମିତ ସାହୁ ବିପରୀତ ଦିଗରୁ ଆସୁଥିଲେ । ତେବେ ପିଟିସି  ସମ୍ମୁଖରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ତିନି ଜଣ ଯାକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସେହି ରାସ୍ତା ଦେଇ ଅନୁଗୁଳ ଆପାତକାଳିନ ଅଧିକାରୀ ଶୁଭେନ୍ଦୁ ଜେନା ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଳୟରେ ପ୍ରଦିପ ବେହେରାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି ଖବର ପାଇ ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page