ଆଉ ଏକ ବେନିୟମ ମଲକୁ ସିଲ୍ କଲା ପୌରପାଳିକା

ଅନୁଗୁଳ – ଅନୁଗୁଳ ଗାନ୍ଧିମାର୍ଗରେ ଥିବା ମହୋତ୍ସବ ସପିଙ୍ଗ ମଲକୁ ଆଜି ପ୍ରଶାସନ ସିଲ କରିଛି । ସିଲ୍ ହୋଇଥିବା ଏହି ମଲଟି ଅନୁଗୁଳ ତାଳଚେର ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡା) ନିକଟରୁ ଗୋଟିଏ ମହଲାର ଅନୁମତି ଅଣାଯାଇଥିବା ବେଳେ ବେଆଇନ ଭାବେ ୩ମହଲା ବିଶିଷ୍ଟ ଗୃହ ନିର୍ମାଣ କରାଯାଇଥିଲା । ଏଥିସହ ଟ୍ରେଡ ଲାଇସେନ୍ସ ମଧ୍ୟ ନଥିବା ଜଣାପଡିଛି ।  ତେବେ ଏନେଇ ମଲ ମାଲିକଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ ଖାତିର କରିନଥିଲେ । ଫଳରେ ଅନୁଗୁଳ ପୌରପାଳିକା ଓ ତାମଡା ପକ୍ଷରୁ ସନ୍ଧ୍ୟାରେ ମଲରେ ପହଞ୍ଚି ସେଠାରେ ଥିବା ଲୋକଙ୍କୁ ବାହାର କରିଥିଲେ । ଏହାପରେ ମଲକୁ ସିଲ୍ କରାଯାଇଛି ବୋଲି ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ସୂଚନା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page