ବାଣିଜ୍ୟ ହୋଣ୍ଡାର ନୂତନ ଶୋରୁମ୍ ଉଦ୍ଘାଟିତ Angul OnlineAugust 30, 2022August 30, 2022 ଅନୁଗୁଳ -ଅନୁଗୁଳ ଜିଲ୍ଲା ଆଠମଲ୍ଲିକଠାରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର୍ ଇଣ୍ଡିଆର ନୂତନ ଶୋରୁମ ମମତା ମୋଟର୍ସ ଉଦ୍ଘାଟିତ ହୋଇଯାଇଛି । ଯେଉଁଥରେ ହୋଣ୍ଡାର ସମସ୍ତ ପ୍ରକାରର ମୋଟରସାଇକେଲ ଏବଂ ସ୍କୁଟର ଉପଲବ୍ଧ ରହିବ । ନୂତନ ଗାଡ଼ି ବିକ୍ରି ସହ ଉତ୍ତମ ସେବା ଓ ସମସ୍ତ ପ୍ରକାର ସ୍ପେୟାର ପାର୍ଟସ ମଧ୍ୟ ଏହିଠାରୁ ପାଇ ପାରିବେ । ଏହି ଅବସରରେ ହୋଣ୍ଡାର ଜୋନାଲ ମ୍ୟାନେଜର ( ସେଲସ ) ରାଜେଶ ଚୌଧୁରୀ , ଏରିଆ ମ୍ୟାନେଜର ( ସେଲସ ) ଅମିତ୍ କୁମାର ମହାପାତ୍ର ଓ ଅଭିଷେକ ଉପାଧ୍ୟାୟ , ଲକ୍ଷ୍ମୀହୋଣ୍ଡା ଅନୁଗୁଳର ସତ୍ଵାଧିକାରୀ ବିକ୍ରମ ଅଗ୍ରୱାଲ ଅତିଥ୍ ଭାବେ ଯୋଗ ଦେଇ ନୂଆ ସୋ’ରୁମ୍ର ଉଦ୍ଘାଟନ କରିଥିଲେ । ସ୍ଥାନୀୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । Advertisement
Citrus Clothing ର ନୂଆଷ୍ଟୋର ଉଦଘାଟନ କଲେ ଅଭିନେତା ସବ୍ୟସାଚୀ ଅନୁଗୁଳ – ଭାରତର ଏକ ଅଗ୍ରଣୀ ଏଵଂ ୨୪ ବର୍ଷର ଗ୍ରାହକଙ୍କ ବିଶ୍ୱାସ ଓ ଭରସା ରୂପରେ ଉଭା ହୋଇଥିବା ଏକ ସମ୍ପନ୍ନ ପୁରୁଷ ବସ୍ତ୍ର ବ୍ରାଣ୍ଡ…
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି ପୁରସ୍କାର ଭୁବନେଶ୍ୱର – ସିଏସଆର କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି…
ନକଲି ତେଲ ପରେ ନକଲି ଅଟା ଓ ହଳଦୀ ଜବତ – ଜଣେ ଗିରଫ ଅନୁଗୁଳ – ଗତ ୨ ଦିନ ତଳେ ଅନୁଗୁଳ ଜିଲ୍ଲା ପଞ୍ଚମହଲା ନିକଟରେ ଥିବା ଏକ ନକଲି ପାମୋଲିନ ତେଲ କାରଖାନା ଉପରେ ପୋଲିସ ଚଢାଉ କରି…