ମୁଖ୍ୟ ଖବର ଦୁଇ ମୋଟରସାଇକେଲ ଧକ୍କା – ବସ ଚକ ତଳେ ପଡି ଜଣେ ମୃତ Angul OnlineOctober 2, 2022October 2, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର ଫୁଲଝରୀ ଛକ ନିକଟରେ ଦୁଇ ମୋଟରସାଇକେଲ ମଧ୍ୟରେ ଧକ୍କା ହେବା ସହିତ ଏକ ଯାତ୍ରୀବାହି ବସରେ ବାଡେଇ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକ ଜଣକ ହେଲେ କୋରଡା ଗ୍ରାମର ସୁମନ୍ତ ନାଏକ ଓ ଗୁରୁତର ମାନେ ହେଲେ ପୁଟଗାଡିଆ ଗ୍ରାମର ମୁନା ନାଏକ , ବିଜୟ ନାଏକ ଏବଂ କୁଣ୍ଢେଇଗୋଳା ଥାନା ରେଙ୍ଗାଳିପାଲି ଗ୍ରାମର ସସ୍ମିତା ନାଏକ ବୋଲି ଜଣା ପଡିଛି । ସୂଚନା ଅନୁସାରେ ସବୁଦିନ ପରି ସୁଲୁ ନାମକ ଯାତ୍ରୀବାହୀ ବସ ଅନୁଗୁଳରୁ ଦେବଗଡ ଯାଉଥିବା ବେଳେ ଫୁଲଝରୀ ଛକ ନିକଟରେ ଛେଣ୍ଡିପଦାରୁ କୋଶଳା ପଟକୁ ଯାଉଥିବା ଏକ ମୋଟରସାଇକେଲ ବିପରୀତ ଦିଗରୁ ଆସୁଥିବା ଆଉ ଏକ ମୋଟରସାଇକେଲ ସହିତ ଧକ୍କା ହୋଇଥିଲା । ଫଳରେ ଭାରସାମ୍ୟ ହରାଇ ମୋଟରସାଇକେଲ ଚାଲକ କୋରଡା ଗ୍ରାମର ସୁମନ୍ତ ନାଏକ ବସରେ ବାଡେଇ ହୋଇ ଗୁରୁତର ହୋଇଥିବା ବେଳେ ଏହି ମୋଟରସାଇକେଲରେ ବସିଥିବା ଜରପଡା ଥାନା ପୁଟଗାଡିଆ ଗ୍ରାମର ମୁନା ନାଏକ , ବିଜୟ ନାଏକ ମୋଟରସାଇକେଲରୁ ପଡି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକମାନେ ଗୁରୁତର ସୁମନ୍ତ ନାଏକଙ୍କୁ କୋଶଳା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିବା ବେଳେ ପାବନି ,ବିଜୟ ଓ ମୁନା ନାଏକଙ୍କୁ ଛେଣ୍ଡିପଦା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁମନ୍ତ ନାଏକଙ୍କର ମୃତ୍ୟୁ ହୋଇଥିବା ବେଳେ ମୁନା ନାଏକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବିଜୟ ଓ ସସ୍ମିତା ନାଏକ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଖବରପାଇ ଛେଣ୍ଡିପଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ ଓ ମୋଟରସାଇକେଲକୁ ଜବତ କରି ତଦନ୍ତ ଜାରୀ ରଖିଛି । Advertisement
ଅନୁଗୁଳର ଦେବାଶିଷଙ୍କୁ ମିଳିବ ଶୌର୍ଯ୍ୟ ଚକ୍ର ସମ୍ମାନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବୀର ସହିଦ ଦେବାଶିଷ ସେଠୀଙ୍କୁ ମିଳିବ ବୀର ଶୌର୍ଯ୍ୟ ଚକ୍ର ସମ୍ମାନ । ୨୦୨୦ ମସିହା ସେପ୍ଟେମ୍ବର ୧୦ ତାରିଖ ଦିନ…
ଆମ୍ବୁଲାନ୍ସ- ଗ୍ୟାସ୍ ଟ୍ୟାଙ୍କର୍ ମୁହାଁମୁହିଁ ଧକ୍କା , ରୋଗୀ ସମେତ ୪ ମୃତ ଅନଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଜରପଡାଠାରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ହୋଇଛି । ଆଜି ସକାଳ ପ୍ରାୟ…
ବସ ଧକ୍କାରେ ଯୁବକ ମୃତ – ବସ ଯାତ୍ରୀଙ୍କୁ ପ୍ରବଳ ମାଡ ମାରିଲେ ଉତ୍ତ୍ୟକ୍ତ ଲୋକେ ଅନୁଗୁଳ – ଅନୁଗୁଳ ହେମସୁରପଡା ଶିବା ଖେଳ ପଡ଼ିଆ ନିକଟରେ ଆଜି(ରବିବାର) ଏକ ଘରୋଇ କମ୍ପାନୀର ଷ୍ଟାଫ ବସ ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଛି ।…