ମୁଖ୍ୟ ଖବର ଦୁଇ ମୋଟରସାଇକେଲ ଧକ୍କା – ବସ ଚକ ତଳେ ପଡି ଜଣେ ମୃତ Angul OnlineOctober 2, 2022October 2, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର ଫୁଲଝରୀ ଛକ ନିକଟରେ ଦୁଇ ମୋଟରସାଇକେଲ ମଧ୍ୟରେ ଧକ୍କା ହେବା ସହିତ ଏକ ଯାତ୍ରୀବାହି ବସରେ ବାଡେଇ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକ ଜଣକ ହେଲେ କୋରଡା ଗ୍ରାମର ସୁମନ୍ତ ନାଏକ ଓ ଗୁରୁତର ମାନେ ହେଲେ ପୁଟଗାଡିଆ ଗ୍ରାମର ମୁନା ନାଏକ , ବିଜୟ ନାଏକ ଏବଂ କୁଣ୍ଢେଇଗୋଳା ଥାନା ରେଙ୍ଗାଳିପାଲି ଗ୍ରାମର ସସ୍ମିତା ନାଏକ ବୋଲି ଜଣା ପଡିଛି । ସୂଚନା ଅନୁସାରେ ସବୁଦିନ ପରି ସୁଲୁ ନାମକ ଯାତ୍ରୀବାହୀ ବସ ଅନୁଗୁଳରୁ ଦେବଗଡ ଯାଉଥିବା ବେଳେ ଫୁଲଝରୀ ଛକ ନିକଟରେ ଛେଣ୍ଡିପଦାରୁ କୋଶଳା ପଟକୁ ଯାଉଥିବା ଏକ ମୋଟରସାଇକେଲ ବିପରୀତ ଦିଗରୁ ଆସୁଥିବା ଆଉ ଏକ ମୋଟରସାଇକେଲ ସହିତ ଧକ୍କା ହୋଇଥିଲା । ଫଳରେ ଭାରସାମ୍ୟ ହରାଇ ମୋଟରସାଇକେଲ ଚାଲକ କୋରଡା ଗ୍ରାମର ସୁମନ୍ତ ନାଏକ ବସରେ ବାଡେଇ ହୋଇ ଗୁରୁତର ହୋଇଥିବା ବେଳେ ଏହି ମୋଟରସାଇକେଲରେ ବସିଥିବା ଜରପଡା ଥାନା ପୁଟଗାଡିଆ ଗ୍ରାମର ମୁନା ନାଏକ , ବିଜୟ ନାଏକ ମୋଟରସାଇକେଲରୁ ପଡି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକମାନେ ଗୁରୁତର ସୁମନ୍ତ ନାଏକଙ୍କୁ କୋଶଳା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିବା ବେଳେ ପାବନି ,ବିଜୟ ଓ ମୁନା ନାଏକଙ୍କୁ ଛେଣ୍ଡିପଦା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁମନ୍ତ ନାଏକଙ୍କର ମୃତ୍ୟୁ ହୋଇଥିବା ବେଳେ ମୁନା ନାଏକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବିଜୟ ଓ ସସ୍ମିତା ନାଏକ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଖବରପାଇ ଛେଣ୍ଡିପଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ ଓ ମୋଟରସାଇକେଲକୁ ଜବତ କରି ତଦନ୍ତ ଜାରୀ ରଖିଛି । Advertisement
ଟ୍ରେନରେ କଟି ଦୁଇ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଦୁଇଟି ସ୍ଥାନରେ ଆଜି ଟ୍ରେନରେ କଟି ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ହଣ୍ଡପା ଥାନା ସମ୍ବଲପୁର-ତାଳଚେର…
ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଦେଇ ଯାଇଥିବା ଛେଣ୍ଡିପଦା ଅନୁଗୁଳ ୬୩ନଂ ରାଜ୍ୟ ରାଜପଥର କୁକୁରପେଟା ଡ୍ୟାମ ନିକଟସ୍ଥ ରାସ୍ତା ପାର୍ଶ୍ଵରୁ ସନ୍ଦେହ ଜନକ…
ଖଣି ଅଞ୍ଚଳରୁ ଦାରୁ ଚିହ୍ନଟ ହୋଇ ଗଲା ସୁନ୍ଦରକଲି ତାଳଚେର – ମା ହିଙ୍ଗୁଳାଙ୍କ ସ୍ୱପ୍ନାଦେଶ ପରେ ଶ୍ରୀ ଜଗନ୍ନାଥଙ୍କର ବିଗ୍ରହ ପାଇଁ ତାଳଚେର ହେଁସମୁଳ ଗ୍ରାମଠାରେ ଦାରୁ ଚିହ୍ନଟ ହେବା ପରେ ଆଜି ଦାରୁ ସଂଗ୍ରହ…