ଭଲ ଖବର ଅବସର ପରେ ଶିକ୍ଷକଙ୍କୁ ନିଆରା ବିଦାୟୀ ସମ୍ବର୍ଦ୍ଧନା Angul OnlineOctober 3, 2022October 3, 2022 ଅନୁଗୁଳ – ବାଜା ବାଜୁଛି , ପଟୁଆର ଚାଲିଛି । ଶୋଭାଯାତ୍ରା ବେଳେ ଖୋଲା ଜିପରେ ବୁଲୁଛନ୍ତି । ବେଳେ ବେଳେ ଲୋକେ କାନ୍ଧରେ ଉଠାଇ ନେଉଛନ୍ତି । କିଏ ଆସି ମୁଣ୍ଡିଆ ବି ମାରୁଛନ୍ତି । ହେଲେ ଏ ବ୍ୟକ୍ତି ଜଣଙ୍କ କୌଣସି ରାଜନେତା ନୁହନ୍ତି । ନା କୌଣସି ସିନେ ତାରକା । ଏ ହେଉଛନ୍ତି ଜଣେ ଶିକ୍ଷକ । ଆଉ ତାଙ୍କ ଶିକ୍ଷକତା ଜୀବନର ଶେଷ ଦିନରେ କେବଳ ଯେ ଗାଁ ନୁହେଁ ପୁରା ପଞ୍ଚାୟତ ତାଙ୍କୁ ସମ୍ବର୍ଦ୍ଧିତ କରିଛି । ଆଉ ବାଜା ବାଣ ରୋଷଣୀରେ ପୁରା ପଞ୍ଚାୟତ ପରିଭ୍ରମଣ କରାଇବା ପରେ ଉପହାର ଦେଇ ବିଦାୟ ଦେଇଛନ୍ତି ଛାତ୍ରଛାତ୍ରୀ ଓ ସାଧାରଣ ଲୋକ । ଆଉ ଏଭଳି ଏକ ନିଆରା ସମ୍ବର୍ଦ୍ଧନା ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଳକ ସାନକେରଜାଙ୍ଗ ପଞ୍ଚାୟତରେ ଦେଖିବାକୁ ମିଳିଛି । ଏହି ସାନକେରଜାଙ୍ଗ ଗାଁରେ ରହିଛି ମଲ୍ଲିକେଶ୍ଵର ହାଇସ୍କୁଲ । ୧୯୯୪ ମସିହାରେ ସ୍ଥାପିତ ହୋଇଥିଲା ଏହି ସ୍କୁଲ । ସେତେବେଳେ ପଞ୍ଚାୟତବାସୀଙ୍କ ଉଦ୍ୟମରେ ନିର୍ମାଣ ହୋଇଥିଲା । କୌଣସି ସରକାରୀ ଅନୁଦାନ ନଥିଲା । ଏଭଳି ଏକ ସମୟରେ ୧୯୯୫ ମସିହାରେ ସୁଦୂର ନିଶ୍ଚିନ୍ତକୋଇଲି ବାଳଦା ଗାଁରୁ ଏଠାକୁ ଆସିଥିଲେ କ୍ଷୀରୋଦ କୁମାର ଦଳାଇ । ଏଠାକାର ଲୋକଙ୍କ ଆଗ୍ରହ ଓ ପିଲାଙ୍କର ପାଠପଢ଼ା ପ୍ରତି ଥିବା ଇଛାଶକ୍ତି ଦେଖି ଆଉ ନିଜ ଘରକୁ ଫେରି ପାରି ନଥିଲେ । ବର୍ଷ ବର୍ଷ ଧରି ଏଠାରେ ରହି ପିଲାଙ୍କୁ ପାଠପଢ଼ାଇ ଥିଲେ । ଛୁଟି ଦିନରେ ମଧ୍ୟ ସେ ଘରକୁ ଯାଉ ନଥିଲେ । ତାଙ୍କ ଶିକ୍ଷାଦାନରେ ବହୁ ମେଧାବୀ ଛାତ୍ରଛାତ୍ରୀ ବାହାରି ଆଜି ବଡ଼ ବଡ଼ ଚାକିରୀ କରୁଛନ୍ତି । ମାତ୍ର କିଛି ବର୍ଷ ହେଲା ସ୍କୁଲକୁ ସରକାରୀ ଅନୁଦାନ ମିଳିଛି । ଦାର୍ଘ ୨୭ ବର୍ଷ ଏହି ସ୍କୁଲରେ ଶିକ୍ଷାଦାନ କରିବା ପରେ ସେପ୍ଟେମ୍ବର ୩୦ରେ ଅବସର ନେଇଥିଲେ । ତାଙ୍କ ଅବସର ବେଳେ ପୁରା ସାନକେରାଜଙ୍ଗ ପଞ୍ଚାୟତ ଲୋକଙ୍କ ଆରେ ଲୁହ ଆସି ଯାଇଥିଲା । ହଜାର ହଜାର ପୁରାତନ ଛାତ୍ରଛାତ୍ରୀ , ବର୍ତ୍ତମାନର ଛାତ୍ରଛାତ୍ରୀ ଅଭିଭାବକ ଏବଂ ଜନସାଧାରଣ ତାଙ୍କୁ ବିଦାୟ ଦେଇଥିଲେ । ବାଜା ବଜାଇ , ବାଣ ଫୁଟାଇ ବିରାଟ ପଟୁଆର କରାଯାଇଥିଲା । ପଞ୍ଚାୟତର ପ୍ରତିଟି ଗାଁରେ ଶୋଭାଯାତ୍ରା ହୋଇଥିଲା । ଶେଷରେ ସ୍କୁଲ ପରିସରରେ ଶିକ୍ଷକଙ୍କୁ ଜଣଙ୍କ ପରେ ଜଣେ ଉପହାର ଦେଇଥିଲେ । ଏହି କାର୍ଯ୍ୟକ୍ରମ ଦେଖିଲେ ଲାଗୁଥିଲା ଯେମିତି କୌଣସି ସ୍ଥାନିୟ ଯାତ୍ରାର ମାହୋଲ ଚାଲିଛି । ଏମିତି ଆଡ଼ମ୍ବର ଓ ନିଆରା ସମ୍ବର୍ଦ୍ଧନା ସତରେ ବିରଳ । Advertisement
ଚାଷୀଙ୍କୁ ସହାୟକ ହେବ ଡ୍ରୋନ୍ – କରିବ ଔଷଧ ସିଞ୍ଚନ ଛେଣ୍ଡିପଦା – ଚାଷୀଙ୍କୁ ସହାୟକ ହେବ ଡ୍ରୋନ୍ । ଡ୍ରୋନ୍ ସହାୟତାରେ ଚାଷୀ ଫସଲରେ କୀଟନାଶକ ସିଞ୍ଚନ କରି ନିଜର ସମୟ ବଞ୍ଚାଇବା ସହ ଏହା ଚାଷୀର…
ଭିନ୍ନ ଢଙ୍ଗରେ ଗୁରୁ ଦିବସ ପାଳନ କଲେ ସରପଞ୍ଚ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଏକ ଭିନ୍ନ ଢଙ୍ଗରେ ମଙ୍ଗଳବାର ଗୁରୁ ଦିବସ ପାଳନ କରିଛନ୍ତି । ଯୁବ…
ଆଠମଲ୍ଲିକବାସୀଙ୍କ ଆଶା ହେଲା ପୂରଣ – କେନ୍ଦ୍ରୀୟ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ ଅନୁଗୁଳ – ଗୁରୁବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ, ଆଠମଲ୍ଲିକର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବା ସହ ଟାଙ୍ଗିଆନିଶା ଠାରେ ଏହାର ସ୍ଥାୟୀ କ୍ୟାମ୍ପସ…