ମୁଖ୍ୟ ଖବର ଦୁଇ ମଟରସାଇକେଲକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ- ୪ ଗୁରୁତର Angul OnlineAugust 22, 2021August 23, 2021 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା କତଡା ଠାରେ ରବିବାର ରାତି ୯ ଟା ବେଳେ ଏକ ସଡକ ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ଘଟଣାରୁ ପ୍ରକାଶ ଜିଲ୍ଲା ଦେଇ ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥରେ ଅନୁଗୁଳରୁ ସମ୍ବଲପୁର ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ବିପରୀତ ଦିଗରୁ ଆସୁଥିବା ଏକ ସ୍କୁଟିକୁ ପ୍ରଥମେ ଧକ୍କା ଦେଇଥିଲା । ଫଳରେ ସ୍କୁଟିରେ ଥିବା ୩ଜଣ ଯୁବକ ରାସ୍ତାରେ ଛିଟିକି ପଡିବା ସହ ଗୁରୁତର ଆହତ ହୋଇଥିଲେ । ଏହା ପରେ ଟ୍ରକଟି ଏକ ଗ୍ଲାମର ମୋଟରସାଇକେଲକୁ ଧକ୍କା ଦେଇଥିଲା । ସେଥିରେ ଥିବା ଚାଳକ ଜଣକ ମଧ୍ୟ ଗାଡିରୁ ପଡି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ଦୁର୍ଘଟଣା ହେବା ଦେଖି ଜରପଡା ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଁଚି ୪ ଜଣ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ପଠାଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣା ପଡିଛି । ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରାକକୁ ଜବତ କରି ତଦନ୍ତ କରୁଛି । Advertisement
କୋଇଲା ଖଣି ସାଇଲୋରେ ଲାଗିଲା ନିଆଁ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭରତପୁର କୋଇଲା ଖଣି ସାଇଲୋରେ ସର୍ଟ ସର୍କିଟ ଯୋଗୁଁ ସାଇଲୋ ବେଲ୍ଟରେ ନିଆଁ ଲାଗିଯାଇଥିଲା । ଏଥିରେ କାହାର କୌଣସି…
୧୫ ଏୟୁସିସିବି ନିର୍ଦ୍ଦେଶକ ପଦ ନିର୍ବାଚନ ୪୬ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ଅନୁଗୁଳ – ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ( ଏୟୁସିସିବି ) ନିର୍ଦ୍ଦେଶକ ପଦ ପାଇଁ ଆସନ୍ତା ୩୦ ତାରିଖରେ ନିର୍ବାଚନ ହେବାକୁ ଅଛି ।…
କଟକଣା ଭିତରେ ତାଳଚେର ପୌରାଞ୍ଚଳ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ଆଖି ଆଗରେ ପକ୍ଷରୁ ପ୍ରଶାସନ କଟକଣା ଜାରି କରିଛି ।…