ମୁଖ୍ୟ ଖବର ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ Angul OnlineJune 20, 2023June 20, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ବନ୍ତଳା ବନାଞ୍ଚଳ ଗଡ଼ତରାସ ପଞ୍ଚାୟତ ଅରାଡିହ ଗ୍ରାମର ଅରୁଣ ପଧାନ ନିଜ ବଗିଚାରେ ବାଡ଼ ଦେଉଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ବଡ଼ କନ୍ତକୂଳ ପଂଚାୟତର ସାନକନ୍ତକୂଳ ଗ୍ରାମର ଶ୍ରୀନିବାସ ସାହୁ (୭୦) ଆଜି ଘର ନିକଟକୁ କୌଣସି କାମରେ ଯାଇଥିବା ସମୟରେ ହାତୀ ହାବୁଡ଼ରେ ପଡି ଯାଇଥିଲେ । ଫଳରେ ହାତୀ ତାଙ୍କୁ ଦଳି ଦେଇଥିଲା । ଏହା ଜଣା ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । Advertisement
ଆମ୍ବୁଲାନ୍ସ- ଗ୍ୟାସ୍ ଟ୍ୟାଙ୍କର୍ ମୁହାଁମୁହିଁ ଧକ୍କା , ରୋଗୀ ସମେତ ୪ ମୃତ ଅନଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଜରପଡାଠାରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ହୋଇଛି । ଆଜି ସକାଳ ପ୍ରାୟ…
ବଢିଲେ କୁମ୍ଭୀର , କମିଲେ ପକ୍ଷୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଗଣ୍ଡରେ ପକ୍ଷୀ ଓ କୁମ୍ଭୀର ଗଣନା ଶେଷ ହୋଇଛି । ଚଳିତ ବର୍ଷ ଗଣ୍ଡରେ ଉଭୟ ମଗର ଓ ଘଡିଆଳ…
ଯୁବକଙ୍କ ଉନ୍ମତ୍ତ କାଣ୍ଡ – ନିଜ ବେକକୁ ପନିକିରେ ହାଣିଲା ଅନୁଗୁଳ – ଅନୁଗୁଜ଼ଳ ରେଲୱେ କଲୋନୀରେ ଜଣେ ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି । ଘଣ୍ଟାଏ କାଳ କଲୋନୀରେ ପନିକି ଧରି ଯୁବକ ଜଣଙ୍କ…