ମୁଖ୍ୟ ଖବର ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ Angul OnlineJune 20, 2023June 20, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ବନ୍ତଳା ବନାଞ୍ଚଳ ଗଡ଼ତରାସ ପଞ୍ଚାୟତ ଅରାଡିହ ଗ୍ରାମର ଅରୁଣ ପଧାନ ନିଜ ବଗିଚାରେ ବାଡ଼ ଦେଉଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ବଡ଼ କନ୍ତକୂଳ ପଂଚାୟତର ସାନକନ୍ତକୂଳ ଗ୍ରାମର ଶ୍ରୀନିବାସ ସାହୁ (୭୦) ଆଜି ଘର ନିକଟକୁ କୌଣସି କାମରେ ଯାଇଥିବା ସମୟରେ ହାତୀ ହାବୁଡ଼ରେ ପଡି ଯାଇଥିଲେ । ଫଳରେ ହାତୀ ତାଙ୍କୁ ଦଳି ଦେଇଥିଲା । ଏହା ଜଣା ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । Advertisement
ବଜ୍ରପାତରେ ଜଣେ ଏବଂ ଗଛରୁ ପଡି ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରେ ବଜ୍ରପାତ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ…
ଅନୁଗୁଳରୁ ଗଡିଲା ଅକ୍ସିଜେନ ଏକ୍ସପ୍ରେସ ଅନୁଗୁଳ – ଅନୁଗୁଳରୁ ଗଡିଲା ଅକ୍ସିଜେନ ଏକ୍ସପ୍ରେସ । ଆଜି ସକାଳୁ ଅନୁଗୁଳ ନିଶାସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ରୁ ଅକ୍ସିଜେନ ଏକ୍ସପ୍ରେସ ବାହାରି ହରିୟାନା…
ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଅନୁଗୁଳ – ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ । ଦଣ୍ଡାଦେଶ ଦେଲେ ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ୧୦/୧୦/୨୦୧୭ ମସିହାରେ ଏହି ଟ୍ରିପଲ ମଡର…