ଆଞ୍ଚଳିକ ଦୁଇ ଅଜଗର ସାପ ଉଦ୍ଧାର Angul OnlineDecember 1, 2024December 1, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାଗଡ , ବଡ଼ଦାଣ୍ଡ ସାହି ଗାଁ ରାସ୍ତାରେ ୧୫ଫୁଟ୍ ଲମ୍ବ ଅଜଗର ସାପ ରାସ୍ତା ପାରି ହେଉଥିଲା । ଏହାକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ସାପଟିକୁ ମାରିଦେବାକୁ ଉଦ୍ୟମ କରୁଥିଲେ । ତେବେ ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି । ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ବିଶ୍ଵରଞ୍ଜନ ବେହେରା ସେଇ ରାସ୍ତା ଦେଇ କାମ ସାରି ଅନୁଗୁଳ ରୁ ଫେରୁଥିଲେ । ସାପଟିକୁ ଦେଖି ଲୋକଙ୍କୁ ମାରିବାକୁ ବାରଣ କରିବା ସହ ବନ ବିଭାଗ କୁ ଖବର ଦେଇଥିଲେ । ବନବିଭାଗ କର୍ମଚାରୀ ପହଞ୍ଚିବାପରେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ମିଶି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିଲେ । ସେହିପରି ଦେରେଜାଙ୍ଗ ଡ୍ୟାମ ମଧ୍ୟ ନିକଟରୁ ଏକ ୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର କରା ଯାଇଛି । ଡ୍ୟାମ ହୁଡାରେ ଅଜଗର ସାପ ଥିବା ଖବର ପାଇ ସର୍ପମିତ୍ର ଆଦିତ୍ୟ ବେହେରା ଓ ଶିତୁ ସିଂ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହ ବନ ବିଭାଗର ସହାୟତାରେ ସୁରକ୍ଷିତ ସ୍ଥାନରେ ଛାଡି ଦେଇଥିଲେ । Advertisement
ହାତୀ ଆକ୍ରମଣରେ ବୃଦ୍ଧ ମୃତ, ପ୍ରତିବାଦରେ ରାସ୍ତାରୋକ ଅନୁଗୁଳ – ଅନୁଗୁଳ ବ୍ଲକ ବସଲା ଗ୍ରାମର ଜଣେ ବ୍ୟକ୍ତି ବୁଧବାର ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଏହାର…
ଜିଲ୍ଲା ସ୍ତରୀୟ କୃଷି ମେଳା ଓ ପୁଷ୍ପ ପ୍ରଦର୍ଶନୀ ଉଦ୍ଘାଟିତ ଅନୁଗୁଳ – କୃଷି ଓ ଏହାର ଆନୁସଙ୍ଗିକ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ଆଜି ପୂର୍ବାହ୍ନରେ ଅନୁଗୁଳ ଷ୍ଟାଡିୟମ…
କାର ଧକ୍କାରେ ଜଣେ ମୃତ ଜଣେ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ -ସମ୍ବଲପୁର ୫୫ ନଂ ଜାତୀୟ ରାଜପଥରେ କୁମୁରସିଙ୍ଗ ନିକଟରେ ବୁଧବାର ଅପରାହ୍ନରେ ଏକ କାର…