ରାଜନୀତି ଦଳରୁ ବିଦା ହେଲେ ଦୁଇ ବରିଷ୍ଠ ବିଜେଡି ନେତା Angul OnlineApril 9, 2022April 9, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ନିର୍ବାଚନ ମଣ୍ତଳି ତଥା ଛେଣ୍ଡିପଦା ବ୍ଲକ ବିଜୁ ଜତା ଦଳର ଦୁଇ ବରିଷ୍ଠ ନେତାଙ୍କୁ ଦଳ ବିରୋଧି କାର୍ଯ୍ୟ ନିମନ୍ତେ ଦଳରୁ ବହିଷ୍କାର କାରାଯାଇଥିବା ନେଇ ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ମହିନ୍ଦ୍ର ବସ୍ତିଆ ସୂଚନା ଦେଇଛନ୍ତି l ସୂଚନା ଅନୁସାରେ ଗତ ପଞ୍ଚାୟତ ନିର୍ବାଚନରେ ଦଳ ବିରୋଧି କାର୍ଯ୍ୟ କରିଥିବା ନେଇ ଛେଣ୍ତିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ସୁପାରିଶ କ୍ରମେ ଛେଣ୍ତିପଦା ବ୍ଲକ ତୁକୁଡା ଗ୍ରାମର ପ୍ରତାପ କୁମାର ପ୍ରଧାନ ଓ ଶିମିଳିପାଳ ପଞ୍ଚାୟତର ଶରତ କୁମାର ପ୍ରଧାନଙ୍କୁ ୬ ବର୍ଷ ପାଇଁ ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟ ପଦ ରଦ୍ଦ କରା ଯିବା ସହିତ ଦଳରୁ ବହିଷ୍କାର କରାଯାଇଛି । ଏ ନେଇ ଅନୁଗୁଳର ବିଜୁ ଜନତା ଦଳର ସଭାପତି ମହେନ୍ଦ୍ର କୁମାର ବସ୍ତିଆ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିବା ସହ ଏହାର ନକଲ ରାଜ୍ୟ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଛେଣ୍ତିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କୁ ଜଣାଇ ଦେଇଛନ୍ତି । Advertisement
ନୂଆଦିଲ୍ଲୀରେ ବିଜେପିର ମିଶ୍ରଣ ପର୍ବ ଅନୁଗୁଳ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀର ୨ ନମ୍ବର ଜୋନର ପୋକତୁଙ୍ଗା ପଞ୍ଚାୟତର ବରିଷ୍ଠ କଂଗ୍ରେସ…
ଜାତୀୟ ରାଜପଥକୁ ଦୋଷ ଦେଇ ନିଜର ଦୋଷ ଦୁର୍ବଳତାକୁ ଲୁଚାଉଛି ରାଜ୍ଯ – ଅଭିଯୋଗ କଲା ବିଜେପି ଅନୁଗୁଳ – ରାଜ୍ୟ ସରକାର ଅନୁଗୁଳ ଜିଲ୍ଲାର ବିକାଶ ତଥା ଗମନାଗମନର ସୁବିଧା ପ୍ରତି ଆଖି ବୁଜି ଦେଇଛନ୍ତି । ଜିଲ୍ଲାରେ ରାଜ୍ୟ ସରକାରଙ୍କ ଅନେକ ପ୍ରକଳ୍ପ…
ଅନୁଗୁଳରୁ କୋଲକତାକୁ ଚାଲିବ ନୂଆ ଟ୍ରେନ – ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ – ଖୁବ ଶୀଘ୍ର ସମ୍ବଲପୁରରୁ ଏକ ନୂଆ ଟ୍ରେନ ତାଳଚେର, ଅନୁଗୁଳ ଓ ଢ଼େଙ୍କାନାଳ ଦେଇ କୋଲକତାକୁ ଚଳାଚଳ କରିବ ବୋଲି ରବିବାର ରେଳ ବିଭାଗର…