Uncategorized ଦୁଇ ଟ୍ରକ ମୁହାଁମୁହିଁ ଧକ୍କା – ଜଣେ ମୃତ Angul OnlineApril 14, 2023April 14, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ଗାଡି ଚାଳକଙ୍କ ମୃତ୍ୟୁ ହୋଇଛି । ଏହା ସହ ଆଉ ଜଣେ ଗାଡି ଚାଳକ ଆହତ ମଧ୍ୟ ହୋଇଛନ୍ତି । ଆହତ ଟ୍ରକ ଡ୍ରାଇଭରଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ଡ୍ରାଇଭରଙ୍କର ପରିଚୟ ଅସ୍ପଷ୍ଟ ରହିଛି । ଖବର ଲେଖାଯିବା ଯାଏ ଟ୍ରକ ଭିତରେ ଚାପି ହୋଇ ରହିଥିବା ମୃତ ଗାଡିଚାଳକକୁ ଗାଡିରୁ ଉଧାର କରାଯାଇ ପାରିନାହିଁ । ତେବେ ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟପଟେ ଏହି ଦୁର୍ଘଟଣା ପରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଭାରିଯାନ ଅଟକି ରହିଛି । Advertisement
ଟ୍ରେନ ଭିତରେ ଯୁବକଙ୍କ ଆତ୍ମହତ୍ଯା ଉଦ୍ଯମ – ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ଅନୁଗୁଳ – ଟ୍ରେନ ଶୌଚାଳୟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକକୁ ଉଦ୍ଧାର କରାଯାଇଛି । ଆତ୍ମହତ୍ଯା ଉଦ୍ଯମ କରିଥିବା ବେଳେ ଗୁରତର ଅବସ୍ଥାରେ ତାକୁ ଜିଲ୍ଲା…
ବିଧାୟକ ଅଶୋକ ମହାନ୍ତି ମିଛ କହୁଛନ୍ତି – ମୁକେଶ ପାଳ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡାର ବିଧାୟକ ଅଶୋକ ମହାନ୍ତି ମିଛ କହୁଛନ୍ତି । ଟଙ୍କାଟିଏ ନ ଦେଇ କୋଟିଏ ଟଙ୍କା ଦେଇଥିବା ମିଥ୍ୟା ତଥ୍ୟ ଦେଉଛନ୍ତି…
ଆସପଣ୍ଡ ନିକଟରୁ ହାତୀଛୁଆର ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସନ୍ଥପଡ଼ା ପଞ୍ଚାୟତ ଦାସନାଳି ଗ୍ରାମ ନିକଟସ୍ଥ ଆସପଣ୍ଡ ପୋଖରୀ ନିକଟରୁ ଏକ ହାତୀ ଛୁଆର ମୃତ ଦେହ ଉଦ୍ଧାର । …