ମୁଖ୍ୟ ଖବର କାନ୍ଥ ଭୁଶୁଡି ଦୁଇ ଗୁରୁତର Angul OnlineSeptember 13, 2021September 13, 2021 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ କାନ୍ଥ ଭୁଶୁଡି ଦୁଇଜଣ ଆହତ ହୋଇଥିବା ଜଣା ପଡିଛି । ଗତ ଦୁଇ ଦିନ ହେଲା ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ ଆଠମଲ୍ଲିକ ବ୍ଲକ ବଡ଼ଦୁଧିଆନାଳି ଗାଁର କାମିନୀ ଘିଵାଲା ଘରେ ବସି ଥିବା ସମୟରେ ତାଙ୍କର ମାଟି କାନ୍ଥଭୁଶୁଡି ପଡିଥିଲା । କାମିନୀଙ୍କ ଉପରେ ମାଟି କାନ୍ତ ପଡିଯିବା ଫଳରେ ସେ ଅଚେତ ହେଇ ପଡି ଯାଇଥିଲେ । ପରେ ତାଙ୍କ ସ୍ୱାମୀ ଅଭିମନ୍ୟୁ ଘିବାଲା ତାଙ୍କୁ ଆଠମଲ୍ଲିକ ଡାକ୍ତରଖାନାକୁ ଆଣି ଥିଲେ । କାମିନୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି । ସେହିପରି ଠାକୁରଗଡ଼ ଥାନା ମିଣ୍ଡେଲ ଗ୍ରାମର ଭଜମନ ନାୟକ ତାଙ୍କ ମାଟି ଘରେ ବସି ଅମଳ କରିଥିବା ମୁଗ ବାଛୁ ଥିବା ସମୟରେ ଘରର କାଠ କଡି ଭାଙ୍ଗି ତାଙ୍କ ଉପରେ ପଡିଥିଲା । ତାଙ୍କୁ ମଧ୍ୟ ଆହତ ଅବସ୍ଥାରେ ଉଦ୍ଧାର କରା ଯାଇ ଆଠମଲ୍ଲିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । Advertisement
ଭିନ୍ନ ଭିନ୍ନ ଦୂର୍ଘଟଣାରେ ଦୁଇ ମୃତ ଅନୁଗୁଳ – ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଆରୟା ଢ଼ାବା ଠାରେ ଜଣେ ଯୁବକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସୂଚନା ମୁତାବକ ଲିଙ୍ଗିରାଯୋଡିର ଗୁଡିସାହିର…
କ୍ରେନ୍ ଚାପି ହୋଇ ଶ୍ରମିକ ମୃତ – କ୍ଷତିପୂରଣ ଦାବିରେ ଧାରଣା ନାଲକୋନଗର ଅନୁଗୁଳ ଜିଲ୍ଲା ନାଲକୋ ସିପିପି ପ୍ଲାଣ୍ଟରେ କ୍ରେନ୍ ଚାପି ଦେବାରୁ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ନୂଆହତା ଗ୍ରାମର ୫୮…
ଅପହରଣ ଅଭିଯୋଗରେ ବିଲଡର ପିଣ୍ଟୁ ନନ୍ଦ ଗିରଫ ଅନୁଗୁଳ – ଅପହରଣ ମାମଲାରେ ଜମି ବ୍ୟବସାୟୀ ତଥା ବିଲଡର ଗିରଫ । ଅନୁଗୁଳର ବିଶିଷ୍ଟ ଜମି ବ୍ୟବସାୟୀ ପ୍ରଦ୍ୟୁମ୍ନ ନନ୍ଦ ( ପିଣ୍ଟୁ)କୁ ଗିରଫ କରି…