ମୁଖ୍ୟ ଖବର କାନ୍ଥ ଭୁଶୁଡି ଦୁଇ ଗୁରୁତର Angul OnlineSeptember 13, 2021September 13, 2021 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ କାନ୍ଥ ଭୁଶୁଡି ଦୁଇଜଣ ଆହତ ହୋଇଥିବା ଜଣା ପଡିଛି । ଗତ ଦୁଇ ଦିନ ହେଲା ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ ଆଠମଲ୍ଲିକ ବ୍ଲକ ବଡ଼ଦୁଧିଆନାଳି ଗାଁର କାମିନୀ ଘିଵାଲା ଘରେ ବସି ଥିବା ସମୟରେ ତାଙ୍କର ମାଟି କାନ୍ଥଭୁଶୁଡି ପଡିଥିଲା । କାମିନୀଙ୍କ ଉପରେ ମାଟି କାନ୍ତ ପଡିଯିବା ଫଳରେ ସେ ଅଚେତ ହେଇ ପଡି ଯାଇଥିଲେ । ପରେ ତାଙ୍କ ସ୍ୱାମୀ ଅଭିମନ୍ୟୁ ଘିବାଲା ତାଙ୍କୁ ଆଠମଲ୍ଲିକ ଡାକ୍ତରଖାନାକୁ ଆଣି ଥିଲେ । କାମିନୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି । ସେହିପରି ଠାକୁରଗଡ଼ ଥାନା ମିଣ୍ଡେଲ ଗ୍ରାମର ଭଜମନ ନାୟକ ତାଙ୍କ ମାଟି ଘରେ ବସି ଅମଳ କରିଥିବା ମୁଗ ବାଛୁ ଥିବା ସମୟରେ ଘରର କାଠ କଡି ଭାଙ୍ଗି ତାଙ୍କ ଉପରେ ପଡିଥିଲା । ତାଙ୍କୁ ମଧ୍ୟ ଆହତ ଅବସ୍ଥାରେ ଉଦ୍ଧାର କରା ଯାଇ ଆଠମଲ୍ଲିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । Advertisement
ହତ୍ୟାକାରୀ ବାପ ଓ ଦୁଇ ପୁଅଙ୍କୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଶନିବାର ଦିନ ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଏଜ ହତ୍ୟା ଘଟଣାରେ ହତ୍ୟାକାରୀ ବାପ ଓ ଦୁଇ ପୁଅଙ୍କୁ ଆଜୀବନ କାରାଦଣ୍ଡରେ…
ଗତକାଲି ଅନୁଗୁଳ ଷ୍ଟେସନରେ ଦେଲେ ଯୋଗ – ଆଜି ରେଳଧାରଣାରୁ ମିଳିଲା ମୃତଦେହ ଅନୁଗୁଳ – ଅନୁଗୁଳ ଷ୍ଟେସନ ନିକଟ ରେଳ ଧାରଣାରୁ ଶନିବାର ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ ଛେଣ୍ଡିପଦା ଥାନା…
ନିଆରା ଚିତ୍ରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅନୁଗୁଳ – ଜୁଲାଇ ମାସ ୨୬ ତାରିଖ ହେଉଛି କାର୍ଗିଲ ବିଜୟ ଦିବସ । ଭାରତୀୟ ଇତିହାସରେ ଏକ ସ୍ମରଣୀୟ ଦିନ । ଭାରତୀୟ ଯବାନ ମାନେ…