ମୁଖ୍ୟ ଖବର ଅଟୋକୁ ଧକ୍କା ଦେଲା ଟ୍ରକ – ୨ ମହିଳା ମୃତ Angul OnlineMay 30, 2022May 30, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥ ମରାତିରା ଗଣ୍ଡିମୁଣ୍ଡା ନିକଟରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥବା ଜଣା ପଡିଛି । ସୂଚନା ଅନୁସାରେ ଏକ ଅଟୋରେ ମହିଧରପୁରରୁ ୪ ଜଣ ଯାତ୍ରୀ ଦୁର୍ଗାପୁର ଆସୁଥିବା ସମୟରେ ଏକ ପିଆଜ ବୋଝେଇ ଟ୍ରକ ଧକ୍କା ଦେଇ ଥିଲା । ଫଳରେ ଘଟଣା ସ୍ଥଳରେ ୨ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଯାତ୍ରୀ ଓ ଚାଳକ ଆହତ ହୋଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତାହତ ମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲା । ମୃତ ମହିଳା ମାନେ ହେଲେ ଦୁର୍ଗାପୁର ଗାଁର ମହିଳା କାନ୍ତି ସାହୁ ଓ ଜରପଡା ଗାଁର କୋକିଳ ସାହୁ । ଅନ୍ୟ ଦୁଇ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । Advertisement
ଭୋଟ୍ ବର୍ଜନ ପାଇଁ ଶପଥ ନେଲେ ଗୋପିବଲ୍ଲଭପୁର ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବରପଦା ଗ୍ରାମ ପଞ୍ଚାୟତର ଗୋପୀବଲ୍ଲଭପୁର ଗ୍ରାମର ଶତାଧିକ ଗ୍ରାମବାସୀ ଭୋଟ ବର୍ଜନ ନିମନ୍ତେ ଗ୍ରାମ୍ୟ ଦେବୀଙ୍କ ନିକଟରେ ଶପଥ…
ସଂକ୍ରମଣ ହାରରେ ଅନୁଗୁଳ ଏକ ନମ୍ବର – ସତର୍କତା ହିଁ ସୁରକ୍ଷା ଦେଇ ପାରିବ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏହି ଜିଲ୍ଲାର ସଂକ୍ରମଣ ହାର ସଂପ୍ରତି ରାଜ୍ୟରେ ସର୍ବାଧିକ ରହିଛି । ସଂକ୍ରମଣ…
ଚିକିତ୍ସାଳୟରୁ ଜବରଦସ୍ତି ନେଇଗଲେ ମୃତଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜବରଦସ୍ତି ନେଇଗଲେ ମୃତଦେହ । ହିଙ୍ଗୁଳା ଖଣି ନିକଟରେ ଟ୍ରକ ଧକ୍କାରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…